• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାଜ୍ୟ ସ୍ତରୀୟ କବି ସମ୍ମିଳନୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ଦୁର୍ଗା ମଣ୍ଡପ ଠାରେ ଆଜି ରିଆମାଳ ନବ ଦିଗନ୍ତ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଓ ଚତୁର୍ଦ୍ଦଶ ସମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ନବଦିଗନ୍ତ ସାହିତ୍ୟ ସଂସଦ ସଭାପତି ପଣ୍ଡିତ ଜଳନ୍ଧର ଦାସ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଅବସରପ୍ରାପ୍ତ ଅଧ୍ୟାପକ ଗୋଲ ବଦନ ବିଶ୍ବାଳ ସ୍ବାଗତ ଭାଷଣ,ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ତାଳଚେର ସାହିତ୍ୟ ସଂସଦ ସମ୍ପାଦିକା ରତ୍ନପ୍ରଭା ବାଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବାମଣ୍ଡା ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ନାକଟିଦେଉଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମା ନିଧି ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇପ୍ସିତା ପ୍ରିୟଦର୍ଶିନୀ ପରିଡ଼ା ଙ୍କୁ ଚଳିତ ବର୍ଷ ନବ ଦିଗନ୍ତ ଶ୍ରେଷ୍ଠ କବିତା ସମ୍ମାନ ରେ ସମ୍ମାନୀତ କରିଥିଲେ । ଦେବଗଡ଼,ଅନୁଗୋଳ,ସୁନ୍ଦରଗଡ ,ବରଗଡ଼, ସନପୁର,ସମ୍ବଲପୁର,ଆଦି ନଅ ଟି ଜିଲ୍ଲା ରୁ କବି ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ନିଜ ନିଜର କବିତା ପାଠ କରିଥିଲେ । ଶିକ୍ଷୟତ୍ରୀ ପଦ୍ମିନୀ ସାହୁ କବିତା ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *