ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ରେ ଉପଖଣ୍ଡ ସ୍ତରୀୟ 15 ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଆଜି ସକାଳ 7.30 ସମୟରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଭୋଟର ସଚେତନତା ରାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରି ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ ଦେଇ ଆଠମଲ୍ଲିକ ବ୍ଲକ ସଭାଘର ଠାରେ ପହଂଚି ଥିଲା l ବ୍ଲକ ସଭାଘର ଠାରେ ମତଦାନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରୁଥିବା NCC ଆଠମଲ୍ଲିକ ର ଛାତ୍ର ଛାତ୍ରୀ , ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ଙ୍କୁ ଦଳଗତ ଭାବେ ଓ କେତକ BLO ଙ୍କୁ ବ୍ୟକ୍ତିଗତ ଭାବେ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଉପଜିଲ୍ଲାପାଳ ଡା.ଦିଲୀପ କୁମାର ବେହେରା ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଙ୍କ ସହିତ BDO ଟିଟସ ମହାନନ୍ଦିଆ , ତହସିଲଦାର ପ୍ରସନ୍ନ ଟେଟେ , ଡେପୁଟି କଲେକଟର ପ୍ରଭୂ ପିଉସ ମହାପାତ୍ର, ଉପଖଣ୍ଡ ଯୋଗାଣ ଅଧିକାରୀ ସୁବାଶିଷ ଜେନା, ସହକାରୀ ଜିଲ୍ଲାପାଳ ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପକ ଅଧିକାରୀ ତନ୍ମୟ ରଞ୍ଜନ ପାତ୍ର ଏବଂ ବିଭିନ୍ନ ସରକାରୀ କର୍ମଚାରୀ ଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l