ଭୂବନେଶ୍ୱର ଉପକଂଠ ଶିଶୁପାଳଗଡ଼ ରେ ପୂଜା ପାଉଥିବା ପ୍ରଭୁ ଦୁର୍ଗେଶ୍ୱର ଏବଂ ମା’ ଅନ୍ନପୂର୍ଣ୍ଣା ଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଜାବାଜଣା ସାଙ୍ଗକୁ ଯୋଡ଼ି ମହୁରୀରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ସମସ୍ତେ ଏକତ୍ରିତ ହୋଇ ପ୍ରଭୁଙ୍କ କୃପାଲାଭ କରିଥିଲେ ।
ଭିଓ-୦୧ : ବାଜୁଛି ଶାହାନାଇ । ବାଜୁଛି ଘଂଟ ଘଂଟା । ହରିବୋଲ ହୁଳହୁଳିରେପ୍ରକାମ୍ପିତ ହେଉଛି ଗଗନପବନ । ପୁରୁଷଙ୍କ ଠା ରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଆରାଧନାରେ ନିମଗ୍ନ ରହିଛନ୍ତି । ମନରେ ରହିଛି ଅନେକ ଦୁଃଖ ବିଶାଦ ଆଉ ସୁନେଲି ସ୍ୱପ୍ନ । ଏହାକୁ ଲାଘବ କରିବା ପାଇଁ ଯୋଡ଼ ହସ୍ତରେ ନିବେଦନ କରୁଛି ଭକ୍ତ । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଏ ଦୃଶ୍ୟ ହେଉଛି ଭୂବନେଶ୍ୱର ଉପକଂଠ ଶିଶୁପାଳଗଡ଼ ରେ ପୂଜା ପାଉଥିବା ପ୍ରଭୁ ଦୁର୍ଗେଶ୍ୱର ଏବଂ ମା’ ଅନ୍ନପୂର୍ଣ୍ଣା ଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବର । ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରତିଷ୍ଠା ଉତ୍ସବକୁ ପାଳନ କରିଛନ୍ତି ଗ୍ରାମବାସୀ ଙ୍କ ମନରେ ଅହେତୁକ ଉତ୍ସାହ ସାଙ୍ଗକୁ ସମସ୍ତଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖିବା ପାଇଁ ଠାକୁରଙ୍କର ଏହି ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯାଇଥିବାର ଶିଶୁପାଳଗଡ଼ ଗ୍ରାମବାସୀ କହିଛନ୍ତି ।
ବାଇଟ୍ : ରବିନ୍ଦ୍ର ପାତ୍ର – ଗ୍ରାମବାସୀ ଶିଶୁପାଳଗଡ଼
ବାଇଟ୍ : ସଂଗ୍ରାମ କେଶରୀ ପାଇକରାୟ – ଗ୍ରାମବାସୀ ଶିଶୁପାଳଗଡ଼
ଭିଓ-୦୨ : ପ୍ରତିବର୍ଷ ପରି ଚଳିତ ବର୍ଷ ଶିଶୁପାଳଗଡ଼ ରେ ଶ୍ରୀ ଦୁର୍ଗେଶ୍ୱର ଏବଂ ମାତା ଅନ୍ନପୁର୍ଣ୍ଣାଙ୍କର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏବଂ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଅଗ୍ନୀ ସ୍ଥାପନ, ରୁଦ୍ରା ଆହୁତି, ଗୀତା ଆହୁତି ଓ ସପ୍ତସତି ଚଣ୍ଡି ଆହୁତି ଭଳି ପୂଜା ଉପଚାର । ବ୍ରାହ୍ମଣ ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ ହୋମ ଯଜ୍ଞର ଆୟୋଜନ କାଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଠାକୁରଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ଆଖ ପାଖ ଅଂଚଳର ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ସୃଷ୍ଟି ହୋଇଥିଲା ଏକ ଭଗବତମୟ ପରିବେଶ । ନଦୀର ପ୍ଲାବନ ଜଳରୁ କଳସରେ ଜଳ ଆଣି ଯଜ୍ଞରେ କଳସ ସ୍ଥାପନ ସହିତ ନିଷ୍ଠା ପବିତ୍ରତା ଏବଂ ଏକାଗ୍ରତାରେ ଭକ୍ତମାନେ ତିନି ଦିନ ରହି ପୂଜାରେ ସାମିଲ ହୋଇଥିଲେ । ଶେଷରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁର୍ଣ୍ଣାହୁତି ଶେଷ ହେବା ପରେ ସମସ୍ତେ ଏକାଠି ହୋଇ ଠାକୁରଙ୍କ ନାମ ଉଚ୍ଚାରଣ କରିବା ସହିତ ହରିବୋଲି ହୁଳହୁଳିରେ ପ୍ରକମ୍ପିକ ହୋଇଥାଏ ଉତ୍ସବ ସ୍ଥଳ । ଘଂଟ ଘଂଟା ନାମ ସଂକୀର୍ତନ ସୃଷ୍ଠି ହୋଇଥାଏ ଏକ ଆଧ୍ୟାତ୍ମିକ ପରିବେଶ ।