• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୋନୁ ସୁଦ୍ ଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ହଁ ଦର୍ଶକ ବନ୍ଧୁ ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ବଢିଲା ମୁସ୍କିଲ୍। ଗିରଫ ହୋଇପାରନ୍ତି ଅଭିନେତା। ସୋନୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ୍। ୧୦ ଲକ୍ଷ ଟଙ୍କାର ହେରଫେର୍ ମାମଲାରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ରାଜେଶ ଖନ୍ନା ନାମକ ଜଣେ ଓକିଲଙ୍କ ଦ୍ଵାରା ଦାୟର କରାଯାଇଥିବା ମାମଲାରେ ଲୁଧିଆନାର ଏକ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି।ସୂଚନାନୁଯାୟୀ, ଠକେଇ ଅଭିଯୋଗରେ ପଞ୍ଜାବ ଲୁଧିଆନା କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି । ୧୦ ଲକ୍ଷ ଟଙ୍କାର ହେରଫେର ମାମଲାରେ ସାକ୍ଷୀ ଦେବା ପାଇଁ ଅଭିନେତାଙ୍କୁ ବାରମ୍ବାର ସମନ ପଠାଯାଇଥିଲା। ହେଲେ ସୋନୁ ହାଜର ହୋଇନଥିଲେ। ଯାହାଫଳରେ ଲୁଧିଆନା କୋର୍ଟର ମାଜିଷ୍ଟ୍ରେଟ୍ ରମନପ୍ରୀତ କୌର ସୋନୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ମୁମ୍ଵାଇର ଅନ୍ଧେରୀର ଓସିୱାରା ଥାନାକୁ ଏହି ୱାରେଣ୍ଟ ପଠାଯାଇଛି। ଅଭିନେତାଙ୍କୁ ଗିରଫ କରି ତାଙ୍କୁ ଅଦାଲତରେ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୧୦ ତାରିଖରେ ହେବ। ତେବେ ଏପର୍ଯ୍ୟନ୍ତ ଅଭିନେତା କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *