ସତ ହେଲା ଏକଜିଟ୍ ପୋଲ୍। ଏକଜାଟ ପୋଲରେ ପରିଣତ ହେଲା ଭୋଟ୍ ବାହୁଡ଼ା ମତ। ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀକୁ ଫେରିଲା ବିଜେପି ଶାସନ। ଆଉ ଅପ୍ରତ୍ୟାଶିତ ଭାବରେ ମାଟି କାମୁଡ଼ି ପଡିଲା ଆମ୍ ଆଦମୀ ପାର୍ଟି।ଲଗାତାର ଦୁଇ ଦୁଇ ଥର ସରକାରକୁ ଆସିଥିବା ଆପକୁ ହରାଇ ଦିଲ୍ଲୀର ଛାତି ଉପରେ ସରକାର ଗଢ଼ି ପାରିଛି ଭାରତୀୟ ଜନତା ପାର୍ଟି।ଆଉ ପରାଜୟକୁ ସ୍ୱୀକାର କରିଛନ୍ତି ଆପ୍ ମୁଖିଆ ଆରବିନ୍ଦ କେଜ୍ରିଓ୍ୱାଲ। ହେଲେ ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ, କାହିଁକି ଦୁଇ ଦୁଇ ଥର ଲଗାତାର ସରକାର ଗଢିଥିବା ଆପ୍ ଉପରେ ପୁଣି ଥରେ ବିଶ୍ୱାସ କଲେନି ଦିଲ୍ଲୀବାସୀ। କେଉଁ କାରଣ ପାଇଁ ପରାଜୟର ସ୍ୱାଦ ଚାଖିଲା ଆପ୍।ଦିଲ୍ଲୀରେ ୨୭ ବର୍ଷରେ କ୍ଷମତାକୁ ଆସିଛି ବିଜେପି। ସେଥିପାଇଁ ବିଜେପି ଶିବିରରେ ସେଲିବ୍ରେସନ କରାଯାଉଛି। ହେଲେ ଆପ ଶିବିରରେ ନୈରାଶ୍ୟ ଖେଳିଯାଇଛି। ଅବଶ୍ୟ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି କେଜ୍ରିଓ୍ୱାଲ।ହେଲେ କେଉଁ କାରଣ ପାଇଁ ଏତେ ଦିନର ସରକାର ଧରାଶାୟୀ ହେଲା ସେ କାରଣ ଖୋଜୁଛନ୍ତି ମୁଖିଆ। ତେବେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି କିଛି ଦିନ ହେବ ଆପ୍ ନେତାମାନଙ୍କ ଉପରେ ଜୋରଦାର ପ୍ରହାର କରିଆସୁଥିଲା ବିଜେପି। ଶାସକ ଦଳର ପ୍ରତ୍ୟେକ ଚାଲି ଚଳନ ଉପରେ ନଜର ରଖୁଥିଲା ବିରୋଧୀ ବିଜେପି। ଆଉ ଦିଲ୍ଲୀବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଭିନ୍ନ ଅନିୟମିତତାକୁ ପ୍ରସଙ୍ଗ କରିଥିଲା।ଯାହାଫଳରେ ଦିଲ୍ଲୀବାସୀ ଆପ୍ ଉପରୁ ଭରସା ଉଠାଇ ବିଜେପିର ପ୍ରତିଶୃତି ଉପରେ ବିଶ୍ୱାସ କଲେ। ଆଉ ଦିଲ୍ଲୀରେ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦେଲେ। ସବୁଠାରୁ ବଡ କଥା ହେଉଛି ବିଜେପି ନିର୍ବାଚନ ପ୍ରତିଶ୍ରୁତିରେ ମାଗଣା ବିଦ୍ୟୁତ୍ ଏବଂ ଜଳ ସହିତ ଅନ୍ୟାନ୍ୟ ସୁବିଧା ଦେବାର ପ୍ରତିଶ୍ରୁତି ଦେଇଛି। ଯାହା ଉପରେ ଆପର ଟିକେ ହେଲେ ନିଘା ନଥିଲା।କହିବାକୁ ଗଲେ ଦିଲ୍ଲୀରେ ପ୍ରମୁଖ ସମସ୍ୟା ଥିଲା ପାଣି। ଯାହାକୁ ମୁଦ୍ଧା କରିଥିଲା ବିଜେପି। ହେଲେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଥିଲା ଆପ୍। ଯାହାକି ଲୋକଙ୍କୁ ବିଜେପି ପ୍ରତିଶୃତି ଉପରେ ଭରଷା କରିବାକୁ ବାଧ୍ୟ କରିଦେଲା।