• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଠମଲ୍ଲିକ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନଗୁଳ ଜିଲ୍ଲା ଆଠମଲ୍ଲିକ କଲେଜ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l
ମା ,ମାତୃଭାଷା ଓ ମାତୃଭୂମି କୁ ଅନ୍ୟ କାହା ସହିତ ତୁଳନା କରାଯାଇ ପାରିବ ନାହିଁ ।ମା ଆଖିରେ ତାର ପୁଅ ,ଝିଅ ସମସ୍ତଙ୍କ ଠାରୁ ସୁନ୍ଧର ।ସନ୍ତାନ ପ୍ରତି ବାପା ମା ଙ୍କ ସ୍ନେହ ମମତା ସବୁଠାରୁ ଉର୍ଦ୍ଧରେ।ଏଣୁ ଆମେ ପିତା ମାତାଙ୍କ ପ୍ରତି ଆମର କର୍ତ୍ତବ୍ୟ ପାଇଁ ଯତ୍ନ ବାନ ହେବା ଜରୁରୀ।ବିଦ୍ୟା ଏବଂ ଶିକ୍ଷା ମଧ୍ୟରେ ଯଥେଷ୍ଟ ଅନ୍ତର ରହିଛି।ଆମେ ବିଦ୍ୟା ସହିତ ଶିକ୍ଷା ଗ୍ରହଣ ଦିଗରେ ଅଧିକ ଧ୍ୟାନ ଦେବାକୁ ମୂଖ୍ୟ ଅତିଥି ରୂପେ କବି ପଦ୍ମଶ୍ରୀ ହଳଧର ନାଗ ଓ ମୂଖ୍ୟ ବକ୍ତା ରୂପେ ବ୍ୟଙ୍ଗକାର ଜ୍ଞାନ ହୋତା ଆଠମଲ୍ଲିକ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆମ ସଂସ୍କୃତି ଓ ପରମ୍ପରା କୁ ଗଭୀର ଭାବେ ବୁଝିବା ସହିତ ଭଲ ପାଇବା ପାଇଁ ମୂଖ୍ୟ ଅତିଥି ଶ୍ରୀ ନାଗ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଛାତ୍ର ଛାତ୍ରୀ ମାନେ ବିଦ୍ୟା ଗ୍ରହଣ ସହିତ ଶିକ୍ଷା ଗ୍ରହଣ କରି ନ ପାରିଲେ ଜୀବନରେ ଅର୍ଜନ କରିଥିବା ଡିଗ୍ରୀ,ଉପାଧି ଗୁରୁତ୍ବ ହିନ ହୋଇ ପଡ଼ିବ ବୋଲି ଶ୍ରୀ ନାଗ ପରାମର୍ଶ ଦେବା ସହିତ ” ମୋର ଦେଶ କେଡେ ମହାନ ,ମୋର ଦେଶ ହିନ୍ଦୁସ୍ଥାନ ” କବିତାଟି ଆବୃତ୍ତି କରି ଛାତ୍ର ଛାତ୍ରୀ ମାନଙ୍କୁ ଶୁଣାଇଥିଲେ l ସେହିପରି ମୂଖ୍ୟ ବକ୍ତା ଜ୍ଞାନ ହୋତା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରତି ଆମର ଆସକ୍ତି ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କୋମଳ ହୃଦୟ ଓ ସମ୍ବେଦନଶିଳତା ରହିବା ଜରୁରୀ ବୋଲି ମତ ରଖିବା ସହିତ ଛାତ୍ର ଛାତ୍ରୀ ମାନେ ଚାପ ମୁକ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ସମ୍ବଲପୁର ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଏନ୍ଏସି ପ୍ରତିନିଧି ସନ୍ତୋଷ କୁମାର ହୋତା ଅନ୍ୟତମ ସମ୍ମାନିତ ଅତିଥି ରୂପେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଉପସ୍ଥିତ ଥିଲେ l ଆଠମଲ୍ଲିକ କଲେଜ ର ମିଳିତ ବାର୍ଷିକ ଉତ୍ସବ ରେ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ବ୍ରଜ ଗୋପାଳ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଗୋପବନ୍ଧୁ ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ।ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ପ୍ରତିଯୋଗୀତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପ୍ରତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *