• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅଷ୍ଟମ ଯଶୁଆପୁର ମହୋତ୍ସବ ଉଦ୍‌ଘାଟିତ

Spread the love

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଯଶୁଆପୁର ଗ୍ରାମରେ ଉଦ୍‌ଘାଟିତ ହୋଇଯାଇଛି ଅଷ୍ଟମ ଯଶୁଆପୁର ମହୋତ୍ସବ । ଉଦ୍‌ଘାଟନୀ ସଂଧ୍ୟାକୁ ଏକାମ୍ର ବିଧାୟକ ବାବୁ ସିଂ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ବାଲିପାଟଣାର ଗୋଟିପୁଅ ନୃତ୍ୟ ସାଙ୍ଗକୁ ମୟୁରଭଂଜର ଛଉ ନୃତ୍ୟ ରେ ଦୁଲୁକିଥିଲା ମଂଚ ।
ଭିଓ-୦୧ : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଯଶୁଆପୁର ଗ୍ରାମରେ ଉଦ୍‌ଘାଟିତ ହୋଇଯାଇଛି ଅଷ୍ଟମ ଯଶୁଆପୁର ମହୋତ୍ସବ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବ ଆୟୋଜନ କରାଯାଇଥିଲା । ଉଦ୍‌ଘାଟନୀ ସଂଧ୍ୟାକୁ ଏକାମ୍ର ବିଧାୟକ ବାବୁ ସିଂ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜୟଦେବ ପୂର୍ବତନ ବିଧାୟକ ଡ଼ଃ ଅରବିନ୍ଦ ଢାଲି ଏବଂ ପ୍ରେରଣାର ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାଂସ୍କୃତିକ ସଂଧ୍ୟାର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ବାଲିପାଟଣା ଭିଙ୍ଗାରପୁର ଗୋଟି ପୁଅନ୍ୟତ୍ୟ ଅନୁଷ୍ଠାନର କଳାକାରମାନଙ୍କ ଆହେ ନିଳ ଶୈଳରୁ ଆରମ୍ଭ ହୋଇଥିଲା ସାଂସକୃତିକ ସଂଧ୍ୟା । ପରେ ପରେ ମା\’ ଦୁର୍ଗାଙ୍କ ଉପରେ ଅଧାରିତ ଦୁର୍ଗା ସ୍ତୁତିକୁ କଳାକାମାନେ ଚିତାର୍ଷକ ଭାବରେ ପରିବେଷଣ କରିଥିଲେ । ଯାହା ବେଶ ଆକର୍ଷଣୀୟ ହୋଇଥିଲା ।ସାଂସ୍କୃତିକ ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଜଗତସିହପୁର ଜିଲ୍ଲାର ମା’ ଜୟଦୁର୍ଗା ମ୍ୟାଜିକ ଆଣ୍ଡ ଡ଼ାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସମ୍ବଲପୁରୀ ନୃତ୍ୟ ଙ୍କୁ ବେଶ ଆକର୍ଷଣୀୟ ଭାବରେ ପରିବେଷଣ କରିଥଇଲେ । କାର୍ଯ୍ୟକ୍ରମର ଶେଷ କାର୍ଯ୍ୟକ୍ରମ ଭାବରେ ମୟୂୁରଭଂଜର ପ୍ରୋଜେକ୍ଟ ଛାଉଣୀ ଅନୁଷ୍ଠାନର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ପୂର୍ବ କାଳରେ ଗୁରୁମାନେ ଆଶ୍ରମରେ କିଭଳି ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷାଦାନ ଦେବାସହିତ ସମାଜ ସଂସ୍କାର ଅନ୍ଧ ବିଶ୍ୱାସକୁ ଦୂର କରିବା ବଡ଼ମାନଙ୍କ ପ୍ରତି ଶ୍ରଦ୍ଧା ଏବଂ ଆନ୍ତରିକତା ରଖିବା ଏହାକୁ ଅଭିନୟ ମାଧ୍ୟମରେ ବେଶ ଚିତା କର୍ଷକ ଭାବରେ ପରିବେଷଣ କରିଥିଲେ । ଯାହା ବେଶ ଆକର୍ଷଣୀୟ ହୋଇଥିଲା ।
ଆଜି ଦ୍ୱିତୀୟ ସଂଧ୍ୟାରେ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ବ୍ୟକ୍ତିତ୍ୱଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ଯଶୁଆପୁର ରୁ ଶର୍ମିଷ୍ଠା ଜେନା ଙ୍କ ରିପୋର୍ଟ ଓଡ଼ିଶ୍ରୀ ଖବର ।

Leave a Reply

Your email address will not be published. Required fields are marked *