ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ମାଳତୀ ବିହାର ଅଞ୍ଚଳରେ ଘରେ ପଶି ମହିଳା ଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଭର୍ତି। ଗୁରୁତର ଜଣ ଙ୍କ ହେଲେ ମାଳତୀ ବିହାର ଅଞ୍ଚଳର ସତ୍ୟ ବେହେରା ଙ୍କ ସ୍ତ୍ରୀ ସୁନିତା ବେହେରା (୩୭)। ସୂଚନା ଯେ,ମାଳତୀ ବିହାର ଅଞ୍ଚଳର ସତ୍ୟ ବେହେରା ଙ୍କ ସ୍ତ୍ରୀ ସୁନିତା ବେହେରା ସନ୍ଧ୍ୟାରେ ଘରେ ଥିବା ବେଳେ ରାଧାରମଣପଡାର ଜଣେ ମହିଳା ସୁନିତା ଙ୍କ ଘରେ ପଶି ଆକ୍ରମଣ କରିଥିଲା। ଯାହା ଫଳରେ ସୁନିତା ଗୁରୁତର ହୋଇ ଯାଇଥିଲେ। ସୁନିତା ଙ୍କୁ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଚିକିତ୍ସା ପରେ ସୁନିତା ଥାନା ରେ ଅଭିଯୋଗ କରିବେ ବୋଲି କହିଛନ୍ତି।