• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ହାତୀ ଆକ୍ରମଣ ରେ ଗଜମିତ୍ର

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚଉରିଡିହ ଗ୍ରାମ ନିକଟରେ ହାତୀ ଆକ୍ରମଣ ରେ ଜଣେ ଗଜମିତ୍ର ଗୁରୁତର ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣ ଙ୍କ ବଅଁରପାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ପ୍ରତ୍ୟୁଷ ଗଡ଼ନାୟକ (୩୫) ବୋଲି ଜଣା ପଡିଛି। ଚଉରିଡିହ ଗ୍ରାମ ନିକଟରେ ଆଜି ଏକ ହାତୀ ବୁଲୁଥିବା ବେଳେ ଅନୁଗୋଳ ବନ ଖଣ୍ଡ ତାଳଚେର ବନାଞ୍ଚଳର ଗଜମିତ୍ର ଏହି ହାତୀ ଟିକୁ ନଜର ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ହାତୀଟି ଗାଁ ମୁହାଁ ହେବାରୁ କାର୍ଯ୍ୟରତ ଥିବା ଗଜମିତ୍ର ପ୍ରତ୍ୟୁଷ ଗଡ଼ନାୟକ ହାତୀଟିକୁ ଘଉଡାଇବା ବେଳେ ହାତୀଟି ପ୍ରତ୍ୟୁଷ ଙ୍କୁ ସୁଣ୍ଡରେ ଧରି କଚାଡ଼ି ଦେଇ ହାତୀଟି ଘଟଣା ସ୍ଥଳରୁ ପଳାଇ ଯାଇଥିଲା। ଘଟଣା ସ୍ଥଳରୁ ଗଜମିତ୍ର ପ୍ରତ୍ୟୁଷ ଗଡ଼ନାୟକ ଗୁରୁତର ଅବସ୍ଥାରେ ବନବିଭାଗର ଅନ୍ୟ କର୍ମଚାରୀ ମାନେ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରତ୍ୟୁଷ ଙ୍କର ମୁଣ୍ଡ, ହାତ, ଛାତିରେ ଆଘାତ ଲାଗିଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି ।

Leave a Reply

Your email address will not be published. Required fields are marked *