• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଫାସିଗାଁ ଫାର୍ମ ହାଉସରେ ଗୁଳିକାଣ୍ଡରେ ଗୋବିନ୍ଦ ନାୟକ ମୃତ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଢେଙ୍କାନାଳ ସଦର ଥାନା ଫାଶିଗାଁ ଗ୍ରାମ ନିକଟ ଫାର୍ମ ହାଉସରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଢେ଼ଙ୍କାନାଳ ସଦର ଥାନା କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ଫାଶିଗାଁ ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ସୋଇଥିବା ବେଳେ ଭୋର ୪ଟାରେ ଫାର୍ମ ହାଉସକୁ କେହି ଦୃର୍ବୁତ୍ତ ଆସି ଟର୍ଚ୍ଚ ମାରିଥିଲେ lଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୁତ୍ତ ମାନେ ଗୁଳି କରିଥିଲେ । ଯାହାଦ୍ୱାରା ଗୋବିନ୍ଦ ଗୁରୁତର ଭାବେ ଉଦ୍ଧାର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି,ଏନେଇ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *