ହଁ ଦର୍ଶକ ବନ୍ଧୁ ଟିକେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ବିଚ୍ ରାସ୍ତା ଉପରେ ମହିଳା ଙ୍କୁ ଦେଖି ନିଜକୁ କୁଆଡେ ସମ୍ଭାଳି ପାରୁ ନ ଥିଲା ଏହି ରଙ୍ଗିଲା ଯୁବକ । ଆଉ ଯାହାର ପରିଣାମ ସ୍ୱରୂପ ମାଡ ଗୋଟେ ତଳେ ପଡି ନାହିଁ । ହଁ ଆଜ୍ଞା ଆପଣ ମାନେ ଦେଖୁଥିବା ଏ ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲା ପୋଷ୍ଟ ଅଫିସ ନିକଟର ଦୃଶ୍ୟ। ସୂଚନା ଅନୁସାରେ ସକାଳୁ ସକାଳୁ ମହିଳା ଜଣକ ପୋଷ୍ଟ ଅଫିସ ନିକଟରେ ଥିବା ବେଳେ ଜଣେ ଅଟୋ ଚାଳକ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ମୋବାଇଲ ନମ୍ବର ମାଗିଥିଲେ । ଯାହାକୁ ନେଇ ମହିଳା ଜଣକ ଉତ୍ୟକ୍ତ ହେବା ସହ ଯୁବକଙ୍କୁ ମାଡ ମାରି ଚାଲି ଥିଲେ । ତଥାପି ଯୁବକ ଜଣଙ୍କ ମହିଳା ଙ୍କ ଆଡ଼କୁ ମାଡି ଆସୁଥିଲେ । ଯାହା ଫଳରେ ତାଙ୍କ ସ୍ବାମୀଙ୍କୁ ଡାକିବା ସହ ଅଟୋ ଚାଳକ କୁ ନିର୍ଦ୍ଧୁମ ମାଡ ମାରି ଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।