• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଜ୍ଞାନକେନ୍ଦ୍ର ପକ୍ଷ ରୁ ପ୍ରଦର୍ଶନୀ କାର୍ଯ୍ୟକ୍ରମ

Spread the love

କୃଷି ଏବଂ କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର କୃଷକ ସମ୍ମାନ ନିଧି ଯୋଜନା ପ୍ରସ୍ତୁତ କରିବା ସହିତ ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି । ଚାଷୀମାନେ ଚାଷ କାର୍ଯ୍ୟରେ ବ୍ୟବହାର କରି ବେଶ ଦୁଇ ପଇସା ରୋଜଗାର କରିବା ସହିତ ଉତ୍ପାଦିତ ଜିନିଷକୁ ଆଣି ଏହାକୁ ପ୍ରଦର୍ଶିତ କରିଥିଲେ । ଏହାକୁ ନେଇ ପିପିଲି କୌଶଲ୍ୟାଗଙ୍ଗ ପରିସରରେ ବିଜ୍ଞାନକେନ୍ଦ୍ର ପକ୍ଷରୁ ଏଭଳି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ସାମିଲ ହୋଇଥିଲେ ।
ଭିଓ-୦୧ : ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଉପକରଣ । ତାହା ସାଙ୍ଗକୁ ମାଣ୍ଡିଆ ଗୁଣ୍ଡ । ସବୁକିଛିକୁ ପ୍ୟାକେଟରେ ରଖାଯାଇ ପ୍ରଦର୍ଶିତ କରାଯାଉଛି । ଏହା ସାଙ୍ଗକୁ ବିଭିନ୍ନ ପ୍ରକାରର ପନି ପରିବା । ଏତିକିରେ ସମୀତ ହୋଇ ରହିନାହିଁ । ଏବେ ଦେଖନ୍ତୁ ଓଡ଼ିଶାର ପରିଚୟରେ ଆଉ ଏକ ମାଧ୍ୟମ ସାଜିଥିବା ପିପିଲିର ଚାନ୍ଦୁଆ । ସୁନ୍ଦର କଳାକୃତିରେ ପରିପୂର୍ଣ୍ଣ ଚାନ୍ଦୁଆକୁ ପ୍ରଦର୍ଶିତ କରାଯାଇଛି । ବେକାର ଯୁବକ ଯୁବତୀମାନଙ୍କୁ ଆଜି ସ୍ୱାବଲମ୍ବୀ କରାଇ ପାରିଛି କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ର । ଉନ୍ନତମାନର ଜ୍ଞାନ କୌଶଳ ସାଙ୍ଗକୁ କୃଷି ବିଜ୍ଞାନକେନ୍ଦ୍ରର ସହାୟତାରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଳକରେ ଅନେକ କୃଷି ଉଦ୍ୟୋଗୀ ନିଜ ଗୋଡ଼ରେ ଠିଆ ହେବା ସହିତ ଅନ୍ୟମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛନ୍ତି ସେଥିପାଇଁ ସେମାନଙ୍କୁ କୃଷି ବିଜ୍ଞାନକେନ୍ଦ୍ର ପକ୍ଷରୁ ସହାୟତା ସହିତ ସମ୍ବର୍ଦ୍ଧିତ କରାଯାଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ନିଧି ଯୋଜନାର ୧୯ତମ କିସ୍ତି କୁ ବିହାରର ବାଗଲପୁର ଠାରେ ଲୋକାର୍ପଣ କରିବାପରେ ଏହା ସମଗ୍ର ଭାରତ ବର୍ଷରେ ଚାଷୀମାନଙ୍କ ଜମା ଖାତାକୁ ଏହା ଯାଇଥିଲା । କୃଷି ବିଜ୍ଞାନକେନ୍ଦ୍ର ଏବଂ କୃଷି ଓ କୃଷକ ସଶକ୍ତି କରଣ ବିଭାଗ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଓଡ଼ିଶା ସରକାରଙ୍କ ମିଳିତ ଆନୁକ୍ରୁଷର ପିପିଲି କୌଶଲ୍ୟାଗଙ୍ଗ ସ୍ଥିତ କୃଷି ବିଜ୍ଞାନକେନ୍ଦ୍ର ପରିସରରେ ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ଚାଷୀମାନଙ୍କ ଜମା ଖାତାକୁ ମଧ୍ୟ ୧୯ ତମ କିସ୍ତି ଯାଇଥିଲା । ଏହା ଏକ ଛୋଟିଆ ସହାୟତା ହେଲେ ମଧ୍ୟ ଚାଷୀମାନଙ୍କୁ ଚାଷ କାର୍ଯ୍ୟରେ ଆଗକୁ ଯିବା ପାଇଁ ସହାୟକ ହେବ ବୋଲି ସିଫାର ନିର୍ଦ୍ଦେଶକ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ କହିଛନ୍ତି ।ଚାଷିମାନଙ୍କ ପାଇଁ ପ୍ରତ୍ୟେକ ସମୟରେ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗର ହାତ ବଢାଉଥିବାରୁ ଆଜି କୃଷକମାନେ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *