ମହାଶିବ ରାତ୍ରି ଉପଲକ୍ଷେ ସେଣ୍ଟଜନ୍ସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ ପ୍ରାଥମିକ ଚିକିତ୍ସା ସେବା ଓ ଜଳଛତ୍ର ଯୋଗାଇଦିଆଯାଇଛି,ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କର ଢେଙ୍କାନାଳ ସ୍ଥିତ କପିଳାସ ପୀଠ ଠାରେ ଆୟୋଜିତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପାନୀୟ ଜଳ ବଣ୍ଟନ କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଧଘାଟନ କରିଥିଲେ,ଉପ ଜିଲ୍ଲାପାଳ ତଥା ଦେଵାତ୍ତ୍ୱରର ମୁଖ୍ୟ ଶ୍ରୀଯୁକ୍ତ ବିଭୂତି ଗଡ଼ନାୟକ,ଜିଲ୍ଲା ଉପ ଆରକ୍ଷୀକ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ପାଢ଼ୀ ଓ ଦେବୋତ୍ତର ଇନିସ୍ପେକ୍ଟର ପିକେ ତ୍ରିପାଠୀ ପ୍ରମୁଖ ସନ୍ନମାନ୍ୱିତ ଅତିଥି ଭାବେ ଆସି ସେବା ଶିବିର ପରିଦର୍ଶନ କରି ଧନ୍ୟବାଦ ଓ ଆଶ୍ରିବାଦ ପ୍ରଦାନ କରି ପ୍ରଂଶସା କରିଥିଲେ,ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେରର ଡିଭିଜିନାଲ କମାଣ୍ଡର ଶ୍ରୀ ପ୍ରଦୀପ୍ତ କୁମାର ସ୍ୱାଇଁ ଓ ଆମ୍ବୁଲାନ୍ସ ଅଫିସର ଶ୍ରୀ ପଞ୍ଚୁ ସାହୁ ଙ୍କ ତତ୍ତ୍ୱବଧାନରେ ପ୍ରାଥମିକ ଚିକିତ୍ସା ସେବା ପରିଚାଳନା ହୋଇଥିଲା,ଦୀର୍ଘ 15 ବର୍ଷ ଧରି ଅନନ୍ତ ଆମ୍ବୁଲାନ୍ସ ଡିଭିଜନ କପିଳାସ ପୀଠରେ ପ୍ରାଥମିକ ଚିକିତ୍ସା ସେବା ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରି ଆସୁଛି,174 ଜଣ ଅସୁସ୍ଥ ବେକ୍ତି ଙ୍କୁ ପ୍ରାଥମିକ ଚିକିତ୍ସା ଓ 4 ଜଣ ଙ୍କୁ ଗଦିଆଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା,ଏହି ସେବା କାଯ୍ୟ ରେ ବି ଗ୍ରେଡ଼ ସଦସ୍ୟ ରଞ୍ଜିତ ସାହୁ,ଅଞ୍ଜନ ଶତପଥୀ,ମାୟାଧର ପ୍ରଧାନ,ସତ୍ୟବାଦୀ ଭୂତିଆ,ଜିତେନ୍ଦ୍ର ସାମନ୍ତ,ସମୀର ପ୍ରଧାନ,ରାଜେନ୍ଦ୍ର ସାହୁ,ସତ୍ୟନାରାୟଣ ପ୍ରଧାନ,ତିଲେଶ୍ଵର ପ୍ରଧାନ,ପ୍ରତାପ କୁମାର ନାୟକ,ଆଶୁତୋଷ ପ୍ରଧାନ ତଥା ଅନ୍ୟ 50 ଜଣ ବି ଗ୍ରେଡ଼ ସଦସ୍ୟ ଯୋଗଦେଇ ଭିଡ଼ ନିୟନ୍ତ୍ରଣ, ପାନୀୟ ଜଳ ବଣ୍ଟନ,ଚା ବଣ୍ଟନ,ପ୍ରାଥମିକ ଚିକିତ୍ସା ସେବା ସହାୟତା, ଷ୍ଟେଚର ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରିଥିଲେ,