ଦେବ ଦେବ ମହାଦେବଙ୍କ ମହାନ୍ ପର୍ବ ଜାଗର ଯାତ୍ରା । ଯାହାକୁ ସମଗ୍ର ଦେଶ ପାଳୁଥିବା ବେଳେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥିବା ର ଦେଖିବାକୁ ମିଳିଛି, ୪୨ ମୌଜା କୁଲସରିଚୁଆଁ ସ୍ଥିତ ରେକି ମିଶନ ଆଶ୍ରମ ରେ । ଏଠାରେ ସ୍ଥାପିତ ହୋଇଛି ୧୦୦୮ ଶିବ ଲିଙ୍ଗ । ଯେଉଁ ଠାରେ ନାମ ସଂକ୍ରିତନ ଓ ହନୁମାନ ଚାଳିଶା କରାଯିବା ପରେ ପୂଜ୍ୟ ଶ୍ରୀ ଗୁରୁ ଶ୍ରୀସନ୍ଥ ଙ୍କ ଦ୍ଵାରା ମାଲ୍ୟାର୍ପଣ ଅର୍ପଣ କରାଯାଇ ରାତି ୧୦:୩୦ ରେ ମହା ଦୀପ ଉଠା ଯାଇଥିଲା । ଯେଉଁଥିରେ ରେକୀ ମିଶନ ର ସମସ୍ତ ଗୁଋଷେନା ଓ ସକ୍ତିସେନା ଦୀପ ଜାଳି ରାତ୍ର ଉଜାଗର ରହିବା ସହ, ଅହୋରାତ୍ର ଭଜନ କୀର୍ତ୍ତନ କରିଥିଲେ । ଏଥି ସହ ଆଖ ପାଖ ଅଞ୍ଚଳର ବିଭିନ୍ନ ଶୈବ ଭକ୍ତ ଯୋଗ ଦାନ ଦେଇ ଜାଗର କୁ ଅତି ଆଡମ୍ବର ସହ ପାଳନ କରିଥିଲେ । ତେବେ ଏହି ୧୦୦୮ ଲିଙ୍ଗକୁ ୨୦୦୮ ମସିହା ରେ ମଧ୍ୟ ପ୍ରଦେଶର ନର୍ମଦା ନଦୀର ଅମରକଣ୍ଟକ ରୁ ଆସିଥିବା ବେଳେ ଏହାକୁ ପୂଜ୍ୟ ଗୁରୁ ଶ୍ରୀ ସନ୍ଥଙ୍କ ଦ୍ଵାରା ସ୍ଥାପିତ କରା ଯାଇଥିଲା ।