• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସୁବର୍ଣ୍ଣପୁର ରେ ରାଜ୍ୟ କେନ୍ଦ୍ର ବଜେଟ୍ ସମ୍ବନ୍ଧୀୟ ବୁଦ୍ଧିଜୀବୀ ସମ୍ମିଳନୀ

{"remix_data":[],"remix_entry_point":"challenges","source_tags":["my_files"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ସୁବର୍ଣ୍ଣପୁର ରେ ରାଜ୍ୟ କେନ୍ଦ୍ର ବଜେଟ୍ ସମ୍ବନ୍ଧୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ସୋନପୁର ତା ୨-୩-୨୦୨୫:- ଆଜି ରବିବାର ପୂର୍ବାହ୍ନ ୧୦ଘ ସମୟରେ ରାଜ୍ୟ-କେନ୍ଦ୍ର ବଜେଟ ସମ୍ବନ୍ଧିୟ ବୁଦ୍ଧିଜିବୀ ସମ୍ମିଳନୀ ସୋନପୁର ସ୍ଥିତ ମଙ୍ଗଳବାର ବଜାର ପାଖରେ ଥିବା ସାହା ଗେଷ୍ଟ ହାଉସ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ରେ ଓଡିଶାର ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ମାନନୀୟା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ , ମାନ୍ୟବର ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା , ସୋନପୁର କଲେଜ୍ ପୂର୍ବତନ ପ୍ରିନ୍ସପାଲ କେଦାର ନାଥ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ପ୍ରଦ୍ଵିପ ପ୍ରଜ୍ବଳନ କରିଥିଲେ । ବଜେଟ୍ କିପରି ସବୁ ସ୍ଥର ର ଲୋକଙ୍କ ପାଇଁ ଲାଭଦାୟକ ହୋଇ ପାରିବ ସେ ନେଇ ସାଂସଦ ସଂଗୀତା କୁମାରୀ ସିଂ ଦେଓ ଉପସ୍ଥିତ ବୁଦ୍ଧିଜୀବୀ ଙ୍କୁ ଅବଗତ କରାଇଥିଲେ।ମୁଖ୍ୟ ଅତିଥି ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ତାଙ୍କ ଅଭିଭାଷଣ ରେ କହିଥିଲେ ଆମେ ମଧ୍ୟ ଚାଇନା ଭଳି ଆର୍ଥିକ ସୁଦୃଢ କରି ପାରିବା ତା ପାଇଁ ଆମ ଆର୍ଥିକ ପ୍ରଗତି ଦରକାର ଓ ଏ ଦିଗରେ ସରକାର ଅଧିକ ରୁ ଅଧିକ ପ୍ରୋତ୍ସାହନ କରିବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ। ବିଜେପି ର ନୂତନ ଜିଲ୍ଲା ସଭାପତି ବେଣୁଧର ଦାଶ ମଞ୍ଚ ପରିଚାଳନା ଓ ସ୍ବାଗତ ଭାଷଣ ରଖିଥିଲେ। ଏହି ସଭାରେ ଜିଲ୍ଲା ବଣିକ ସଂଘ, ଜିଲ୍ଲା ଘରୋଇ ବସ ସଂଘ , ଜିଲ୍ଲା ସଚେତନ ନାଗରିକ ସଂଘ, ଜିଲ୍ଲା କେମିଷ୍ଟ ଡ୍ରଗିଷ୍ଟ୍ ସଂଘ, ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ଙ୍କ ସହ ବିଜେପି ର ପ୍ରାୟେ ୫୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦାନ କରିଥିଲେ। ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ବସ୍ ଷ୍ଟାଣ୍ଡ କାମ ଶୀଘ୍ର ହେବା କୁ ନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *