• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶିଶୁଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ

{"remix_data":[],"remix_entry_point":"challenges","source_tags":["my_files"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}
Spread the love

କହିଲେ ଏହି କ୍ଷେତ୍ରରେ ବୟସସୀମା ସାଜିବନି
ସାକ୍ଷ୍ୟ ଦେବାର କୌଣସି ବୟସସୀମା ନାହିଁ। ଶିଶୁମାନେ ବି ସାକ୍ଷ୍ୟ ଦେଇପାରିବେ। ବୟସ୍କମାନଙ୍କ ସାକ୍ଷ୍ୟକୁ ଯେପରି ଗ୍ରହଣ କରାଯାଉଛି ଶିଶୁମାନଙ୍କ ସାକ୍ଷ୍ୟ ବି ସେହିପରି ଗ୍ରହଣଯୋଗ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏକ ହତ୍ୟା ମାମଲାରେ ୭ ବର୍ଷର ଝିଅର ସାକ୍ଷ୍ୟକୁ ଗ୍ରହଣ କରିବା ସହିତ ଅଭିଯୁକ୍ତକୁ ଦଣ୍ଡବିଧାନ କରି ସୁପ୍ରିମକୋର୍ଟ ଏହା କହିଛନ୍ତି।ଏକ ହତ୍ୟା ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଅଭିଯୁକ୍ତକୁ ଦୋଷମୁକ୍ତ କରିଥିଲେ। ଏହି ମାମଲାରେ ଅଭିଯୁକ୍ତର ଝିଅଙ୍କ ସାକ୍ଷ୍ୟକୁ ହାଇକୋର୍ଟ ଗ୍ରହଣ କରି ନ ଥିଲେ। ଅଭିଯୁକ୍ତ ଜଣକ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସମୟରେ ଝିଅ ତାହାକୁ ଦେଖିଥିଲା।କିନ୍ତୁ ହାଇକୋର୍ଟ ଝିଅର ସାକ୍ଷ୍ୟକୁ ଗ୍ରହରଯୋଗ୍ୟ ନୁହେଁ ବୋଲି କହିଥିଲେ। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ବିଚାରପତି ଜେ.ବି. ପାର୍ଡିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ। ଏହା ସହିତ ୭ବର୍ଷୀୟା ଝିଅର ସାକ୍ଷ୍ୟ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସାକ୍ଷ୍ୟ ଗ୍ରହଣ ଲାଗି କୌଣସି ସର୍ବନିମ୍ନ ବୟସସୀମା ସମ୍ପର୍କରେ ସାକ୍ଷ୍ୟ ଆଇନରେ ଦର୍ଶାଯାଇ ନାହିଁ। ତେଣୁ ଶିଶୁମାନଙ୍କର ସାକ୍ଷ୍ୟପ୍ରମାଣକୁ ଖାରଜ କରାଯାଇପାରିବ ନାହିଁ। କିନ୍ତୁ ମାମଲାର ବିଚାର କରୁଥିବାବିଚାରପତି ସାକ୍ଷ୍ୟ ପ୍ରଦାନ କରୁଥିବା ଶିଶୁର ସାକ୍ଷ୍ୟପ୍ରମାଣର ବିଶ୍ଵସନୀୟତାକୁ ଆକଳନ କରିବା ଉଚିତ। ଶିଶୁକୁ କେହି ପ୍ରଲୋଭିତ କରି କିମ୍ବା ପ୍ରଭାବିତ କରି ସାକ୍ଷ୍ୟ ଦେବାକୁ ପ୍ରବର୍ତ୍ତାଇଛନ୍ତି କି ନାହିଁ ତାହା ବିଚାରପତି ଯାଞ୍ଚ କରିବା ଆବଶ୍ୟକ। ଶିଶୁ ଯାହା ସାକ୍ଷ୍ୟ ଦେଉଛି ତାହା ତା’ର ସ୍ବଇଚ୍ଛାରେ କହୁଛି କିମ୍ବା ଅନ୍ୟ କାହାର ଚାପରେ କହୁଛି ତାହାର ମୂଲ୍ୟାୟନ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *