• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସ୍ୱାମୀ ଠୁ ବଡ ହେଲା ସୋସିଆଲ ମିଡ଼ିଆ

Spread the love

ଆଜିକାଲି ଇନଷ୍ଟା ଆଉ ଫେସବୁକ୍ ବ୍ୟବହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ମହିଳା ସମସ୍ତଙ୍କୁ ଚକିତ କରି କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀଙ୍କୁ ଛାଡିପାରିବେ, କିନ୍ତୁ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ବନ୍ଦ କରିପାରିବେ ନାହିଁ । ଏହି ଘଟଣା ବିହାରର କଟିହାର ଜିଲ୍ଲାରୁ ଆସିଛି ।
ମାମଲାଟି ପୋଲିସ ମାଧ୍ୟମରେ ପରିବାର ପରାମର୍ଶ କେନ୍ଦ୍ରରେ ପହଞ୍ଚିଲା । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ସାରା ଦିନ ସୋସିଆଲ ମିଡିଆରେ ଲାଗି ରହୁଛନ୍ତି ଓ ତାଙ୍କ ପାରିବାରିକ ଦାୟିତ୍ୱକୁ ଅଣଦେଖା କରୁଛନ୍ତି ।
ଯେତେବେଳେ ମାମଲାଟି ପୋଲିସ ପରିବାର ପରାମର୍ଶ କେନ୍ଦ୍ରରେ ପହଞ୍ଚିଲା । କାଉନସେଲିଂ ସମୟରେ ସ୍ୱାମୀ କହିଥିଲେ ଯେ, ମୋ ସ୍ତ୍ରୀ ମୋ ସହିତ ସମୟ ବିତାଉ ନାହାଁନ୍ତି ଏବଂ ସବୁବେଳେ ଅନଲାଇନ୍ ରହୁଛନ୍ତି । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ଅଜଣା ଲୋକଙ୍କ ସହ କଥା ହେଉଛନ୍ତିି । ସେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଫଟୋ ପୋଷ୍ଟ କରନ୍ତି । ସେ ତାଙ୍କ ପରିବାର ବିଷୟରେ ଚିନ୍ତା କରନ୍ତି ନାହିଁ, ବରଂ ସେ ତାଙ୍କର ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତାଇବା ପସନ୍ଦ କରନ୍ତି ।ଯେତେବେଳେ ପୋଲିସ ମହିଳାଙ୍କୁ ଏ ବିଷୟରେ ପଚାରିଲା, ସେ କହିଲେ ଯେ ସୋସିଆଲ ମିଡିଆ ମୋର ବ୍ୟକ୍ତିଗତ ବିଷୟ । ମୋର ଫଟୋ ପୋଷ୍ଟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ସେ ସ୍ପଷ୍ଟ ଭାବରେ କହିଲେ ଯେ, ସେ ତାଙ୍କ ସ୍ୱାମୀଙ୍କୁ ଛାଡିପାରିବେ, କିନ୍ତୁ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଫଟୋ ପୋଷ୍ଟ କରିବା ବନ୍ଦ କରିବେ ନାହିଁ ।କେନ୍ଦ୍ର ସଦସ୍ୟ ଦିଲୀପ କୁମାର ଦୀପକ କହିଛନ୍ତି ଯେ ସୋସିଆଲ ମିଡିଆ ଲୋକଙ୍କ ପାଇଁ ଲାଭଦାୟକ ହେଉଥିବା ବେଳେ, ଏହା ଅନେକ ଲୋକଙ୍କ ମାନସିକତା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଉଛି । ସୋସିଆଲ ମିଡିଆ ଯୋଗୁଁ ଲୋକଙ୍କ ଭଲ ପରିବାର ଭାଙ୍ଗିଯାଉଛି ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭାଙ୍ଗିଯାଉଛି । ଦୀପକ କହିଛନ୍ତି ଯେ ମହିଳାଙ୍କୁ ବହୁତ ବୁଝାଇବା ପରେ ମଧ୍ୟ ସେ ରାଜି ହୋଇ ନଥିଲେ ଏବଂ କହିବାକୁ ଲାଗିଲେ ଯେ ଯାହା ହେଉନା କାହିଁକି, ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ବନ୍ଦ କରିବେ ନାହିଁ । ଏଥିପାଇଁ ସେ ତାଙ୍କ ସ୍ୱାମୀ ଏବଂ ପରିବାରକୁ ପରିତ୍ୟାଗ କରିବାକୁ ମଧ୍ୟ ପ୍ରସ୍ତୁତ । ଯେତେବେଳେ ଉଭୟଙ୍କ ମଧ୍ୟରେ କୌଣସି ସମାଧାନ ନ ହେଲା, କେନ୍ଦ୍ର ସେମାନଙ୍କୁ ଫେରାଇ ଦେଲା ।

Leave a Reply

Your email address will not be published. Required fields are marked *