• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଜେଡି ରାଜନେତା ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ

Spread the love

ସୁବର୍ଣ୍ଣପୁର ଜିଲ୍ଲା ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଲ ଙ୍କ ନେତୃତ୍ୱରେ ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ପୌର ଅଧିକାରୀ ଙ୍କୁ ଭେଟି ପୌରପରିଷଦ ଅଞ୍ଚଳରେ ଥିବା ସରକାରୀ ଜମି କୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ କରିଛନ୍ତି। ପ୍ରମୁଖ ଅଭିଯୋଗ , ବ୍ଲକ୍ ଛକ ପାଖ ରେ ଜଣେ ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତି ଜମିର ଦଖଲ କରି ଅନେକ ଫାଇଦା ଉଠାଇଛନ୍ତି। ଉକ୍ତ ସ୍ଥାନ କୁ ଶୀଘ୍ର ଡିମାରର୍କେଶନ କରି ଉଚ୍ଛେଦ କରାଯିବା ସହିତ ପୌର ଅଧିକାରୀ ତାଙ୍କ ଉପରେ ଶୀଘ୍ର କର୍ଯ୍ୟନୁଷ୍ଠାନ ନେବାକୁ ଦାବି ରଖିଥିଲେ ବିଜେପି ସଦସ୍ୟ। ଅନେକ ପୋଖରୀ ମଧ୍ୟ ଚତୁରତାର ସହ ମାଟି ପୋତି ପ୍ଲଟିଂ କରି ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ନୂତନ ଟାଉନ୍ ହଲ୍ ପାଖରେ ଏକ ବେଆଇନ ନର୍ସରୀ ହୋଇଥିବା ଓ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହା କୁ ଭଡ଼ା ସୂତ୍ର ରେ ଦେଇଥିବା କଥା ଅଭିଯୋଗ କରିଥିଲେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ମହାପାତ୍ର। ପୌର ଅଧିକାରୀ ଏହି ବିଷୟ ରେ ସେ ଅବଗତ ନ ଥିଲେ ଉପ ଜିଲ୍ଲାପାଳ ତହସିଲଦାର ଙ୍କୁ ଯୋଗାଯୋଗ କରି ଉକ୍ତ ସ୍ଥାନ ଗୁଡିକୁ ସାତ ଦିନ ଭିତରେ ଉଚ୍ଛେଦ କରାହେବା ନେଇ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି । ସୋନପୁର ସହର ମଧ୍ୟ ରେ କେତୋଟି ପୋଖରୀ ଅଛି ଓ ପୌର ପ୍ରଶାସନ ସମସ୍ତ ପୋଖରୀ ସୂତ୍ର ରୁ କେତେ ଟଙ୍କା ଆୟ କରୁଛନ୍ତି ଏହାର ହିସାବ ମାଗିଥିଲେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ। ଉକ୍ତ ସ୍ଥାନ କୁ ଶୀଘ୍ର ଉଚ୍ଛେଦ ହଟାଇବା ପାଇଁ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ ଓ ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ବାଳ ଗଣ ମାଧ୍ୟମ ଜରିଆରେ ପ୍ରଶାସନ କୁ ଅନୁରୋଧ କରିବା ସହ ଆଗାମୀ ଦିନ ରେ ଆନ୍ଦୋଳନ ଜୋର୍ ଦାର ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି।ଘେରାଉ ସମୟ ରେ କାଉନସିଲର ଗଙ୍ଗା ତାରିଆ, କାଉନସିଲର ସୁକାନ୍ତ ସାହୁ, ପୂର୍ବତନ କାଉନସିଲର ତ୍ରିଲୋଚନ ତରିଆ,ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ନରସିଂହ ପୃଷ୍ଟି, ବିବେକା ନନ୍ଦ ମିଶ୍ର, ବିକ୍ରାନ୍ତ କେଶରୀ ମିଶ୍ର, ରାଜେଶ୍ ସାହୁ, କିଶୋର ମିଶ୍ର, ଅନନ୍ତ ମିଶ୍ର, ଦେବାଶିଷ ପୁଝାରୀ, ସୁରୁବାବୁ ସାହୁ,ବିକି ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ବାବୁଲୁ ଭରସାଗର ପ୍ରମୁଖ ବିଜେପି ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *