• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୃର୍ବୁତ୍ତ

Spread the love

ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳନ ହେବ। ହେଲେ ଆଜି ବିଜୁବାବୁଙ୍କ ପ୍ରତିମୂର୍ତ୍ତି କୁ ଦୁର୍ବୁତ୍ତ ମାନେ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଉମର ଗାଁରେ। ଉମର ହନୁମାନ ଛକରେ ଥିବା ବିଜୁବାବୁଙ୍କ ଆବକ୍ଷ ପ୍ରତିମୂର୍ତିରୁ କେହି ନଥିବା ବେଳେ ଦୁର୍ବୁତ୍ତମାନେ ବକ୍ଷରୁ ମୁଣ୍ଡକୁ ଅଲଗା କରି ନିକଟରେ ଥିବା ଅଳିଆ ଗଦାରେ ପକାଇଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ। ଭଦରେଶ୍ୱର ପୋଲିସ ଓ ସାଲେପୁର sdpo ପହଂଚି cctv ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ତୁରନ୍ତ ଦୋଷୀକୁ ଧରା ନଗଲେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *