ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁହାସିଙ୍ଗା ଗ୍ରାମ ପଞ୍ଚାୟତ ର ତେନ୍ତୁଳି ପଦର ଗ୍ରାମରେ ଗୁରୁବାର ଅପରାହ୍ନ ରେ ୨୦ ବଖରା ଘର ନିଆଁ ରେ ଜଳି ଭସ୍ମୀଭୂତ ହୋଇଯାଇଛି। ଖବର ପାଇଁ ଆଠମଲ୍ଲିକ ଅଗ୍ନିଶ୍ରମ ବାହୀନି ତେନ୍ତୁଳି ପଦର ଗ୍ରାମ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ଏହି ଅଗ୍ନି କାଣ୍ଡରେ ୮ ଟି ପରିବାର ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛନ୍ତି।ପ୍ରଥମେ ଗ୍ରାମର ଅବଧୂତ ସାହୁଙ୍କ ଘରୁ ନିଆଁ ବାହାରି ଥିଲା।ତେବେ ଗ୍ରାମରେ ଏକ ଝିଅ ବାହାଘର ହେଉଥିବା ବେଳେ ବର ଯାତ୍ରୀ ଫୁଟାଉ ଥିବା ବାଣ ରୁ ଏହି ଅଗ୍ନି କାଣ୍ଡ ଘଟିଛି ବୋଲି ଗ୍ରାମବାସି କହିଛନ୍ତି।ଗ୍ରାମରେ ଦମକଳ ବାହୀନି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ହେଁ ୨୦ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇ ଯାଇଛି।ଏହି ଅଗ୍ନି କାଣ୍ଡରେ ଗ୍ରାମର ଅଚ୍ୟୁତ ସାହୁ ,ଅମାନ୍ତ ସାହୁ ,ଅବଧୂତ ସାହୁ ,ଅଧିକାରୀ ସାହୁ, ହାଡିବନ୍ଧୁ ସାହୁ,ଦାନେଶ୍ୱର ସାହୁ, ବିଜୟ ସାହୁ, ଓ ନଭେମ୍ବର ସାହୁ ଙ୍କ ଆସବାବ, ପତ୍ର ଖାଦ୍ୟ ଶସ୍ୟ, ଟଙ୍କା,ସୁନା ପ୍ରଭୃତି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି।ଖବର ପାଇ ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର କେ ଭେଙ୍କେଟେଶ୍ୱର୍ ରାଓ ,ରାଜସ୍ବ ନୀରିକ୍ଷକ କ୍ଷୟ କ୍ଷତି ଆକଳନ ଚଳାଇଛନ୍ତି।ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ନରେନ୍ଦ୍ର ମେହେର ,ଲୁହଶିଙ୍ଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଦର୍ଶନ ଗାଈଗରିଆ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କ ଥଇଥାନ ଓ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରୁଥିବା ଜଣାଯାଇଛି।