ହଁ ଦର୍ଶକ ବନ୍ଧୁ ଏକଥା ଆମର ନୁହେଁ ଏ କଥା ହେଉଛି ସୋସିଆଲ ମିଡ଼ିଆର। ଅଭିନେତ୍ରୀ ତମନ୍ନା ଭାଟିଆ ଓ ବିଜୟ ବର୍ମା ଅଲଗା ହୋଇଯାଇଛନ୍ତି। କଥିତ ଭାବରେ ଏହି ସେକ୍ସି ଓ ହଟ ଯୋଡିଙ୍କ ପ୍ରେମରେ ମଧ୍ଯ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । କିନ୍ତୁ ଅଭିନେତ୍ରୀଙ୍କ ସହ ଜଣେ କ୍ରିକେଟରଙ୍କ ନାମ ଯୋଡା ହେଉଛି ।ବଲିଉଡ ଓ କ୍ରିକେଟର ଏକ ବହୁ ପୁରୁଣା ସମ୍ପର୍କ ରହିଛି। ଏକ ବିଜ୍ଞାପନ ସୁଟିଂ ସମୟରେ ତମନ୍ନା କୋହଲିଙ୍କ ସହ ସମ୍ପର୍କ ବାବଦରେ ବର୍ତ୍ତମାନ ଗୁଜବ ଉଠୁଛି । ତଥାପି, ଉଭୟ ଏବାବଦରେ କେବେ ମୁହଁ ଖୋଲିନାହାଁନ୍ତି ।ସୂଚନା ଅନୁସାରେ ବିଜୟ-ତମନ୍ନା ୨୦୨୨ ରୁ ପରସ୍ପରକୁ ଡେଟିଂ କରୁଥିଲେ । ସେମାନେ ଉଭୟେ ଉଭୟଙ୍କୁ ବିବାହ କରିବେ ବୋଲି ମଧ୍ଯ କୁହାଯାଉଥିଲା । ହେଲେ ଏବେ ଏହି ସୁନ୍ଦର ଯୋଡି ବିବାହ ନୁହେଁ, ବରଂ ଭଲ ସାଙ୍ଗ ହୋଇ ରହିବେ । କେତେବେଳେ ତମନ୍ନାଙ୍କ ନାମ ବିରାଟ କୋହଲିଙ୍କ ସହ ଯୋଡା ହେଉଥିଲା, କେତେବେଳେ ପାକିସ୍ତାନୀ ତାରକା ଅବଦୁଲ ରଜାକଙ୍କ ସହ। ତଥାପି, ତମନ୍ନା ଏହାକୁ ଖାରଜ କରିଛନ୍ତି। ସେ କେବେବି ସେହି ସମ୍ପର୍କକୁ ସ୍ୱୀକାର କରିନଥିଲେ। ସ୍ତ୍ରୀ-୨ ଚଳଚ୍ଚିତ୍ରର ଗୀତ “ଆଜ କି ରାତ” ପରଠାରୁ ସେ ସୁପରହିଟ୍ ହୋଇଛନ୍ତି। ସେ ବିଜୟ ବର୍ମାଙ୍କୁ ବିବାହ କରିବେ ବୋଲି ଖବର ଆସିଥିଲା। କିନ୍ତୁ, ଗତ କିଛି ଦିନ ମଧ୍ୟରେ ସେମାନଙ୍କ ରିଲେସନସିପ ଭାଙ୍ଗିଯାଇଥିବା ଖବର ଆସିଛି।ରିପୋର୍ଟ ଅନୁସାରେ,’ଲଭ ଷ୍ଟାରୀ-୨’ ଅଭିନେତା କିଛି ସପ୍ତାହ ପୂର୍ବରୁ ହିଁ ତମନ୍ନାଙ୍କଠୁ ଅଲଗା ହୋଇଯାଇଥିବା ସୂଚନା ରହିଛି । ତେବେ କୁଆଡେ ତାଙ୍କ ମଧ୍ଯରେ ଏବେ ପ୍ରେମ ନ ଥିଲେ ମଧ୍ଯ, ସେମାନେ ଭଲ ସାଙ୍ଗ ହୋଇ ସର୍ବଦା ରହିବେ ବୋଲି କୁହାଯାଉଛି ।ତମନ୍ନା ଏବଂ ବିଜୟ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ଭାଙ୍ଗିବା ଖବର ବିଷୟରେ କିଛି କହି ନାହାଁନ୍ତି। ତଥାପି, ବି-ଟାଉନରେ କଳ୍ପନାଜଳ୍ପନାରୁ ଜଣାପଡୁଛି ଯେ ସେମାନେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହାରି ଭିତରେ ଚର୍ଚ୍ଚା ବି ହେଉଛି ଯେ କୁଆଡେ ବିରାଟ ଙ୍କୁ ପ୍ରେମ କରୁଥିବାରୁ ତମ୍ମନା ବିଜୟ ଙ୍କ ଠୁ ଅଲଗା ହୋଇ ପଡିଛନ୍ତି ବୋଲି ।