Gold Price Update: ଯଦି ଆପଣ ସୁନା ଅଳଙ୍କାର କିଣିବାକୁ କିମ୍ବା, ମୁଦ୍ରା ଏବଂ ବିସ୍କୁଟ ଉପରେ ନିବେଶ କରିବାକୁ ଯୋଜନା କରୁଛନ୍ତି, ତେବେ ଭାରତରେ ଦୈନିକ ସୁନା ମୂଲ୍ୟ ବିଷୟରେ ଅପଡେଟ୍ ସୂଚନା ରଖିବା ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ପୁଣି ଆକାଶ ଛୁଆଁ ହୋଇଛି ମୂଲ୍ୟ। କିଣିବା ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ଦର।ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ମଧ୍ୟ ବୃଦ୍ଧି ପାଉଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୮୨୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦, ୫୦୦ ଟଙ୍କା ଛୁଇଁଛି ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୮୨୦ ହୋଇଛି।ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୫୦୦ ଟଙ୍କା ଓ ୮୭,୮୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦,୬୫୦ ଟଙ୍କା ଓ ୮୭,୯୭୦ ଟଙ୍କା ରହିଛି ।ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୮୨୦ ଟଙ୍କା ଥିବା ରେକର୍ଡ ହୋଇଛି।ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୦,୫୦୦ ଓ ୮୭,୮୨୦ ଟଙ୍କା ରହିଛି ।ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୦୮,୦୦୦ ଟଙ୍କା ହୋଇଛି ।