• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଖରାଦିନେ ପିଉଛନ୍ତି ଫ୍ରିଜ୍ ପାଣି

Spread the love

ଖରାଦିନ ଆସି ସାରିଛି । ଫଳରେ ଲୋକେ ମଧ୍ଯ ତାତିରେ ହେଉଛନ୍ତି ହନ୍ତସନ୍ତ । ପାଣି ଟିକକ ପାଇଁ ମଧ୍ଯ ସାଧାରଣ ଲୋକେ ଅସ୍ତବ୍ଯସ୍ତ ହୋଇ ଯାଆନ୍ତି । ଯଦି ଥଣ୍ଡା ପାଣି ଟିକେ ଖରାଦିନେ ମିଳିଯାଏ, ତେବେ ‘ସୋନେ ପେ ସୁହାଗା’ ବୋଲି କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ । ଖରାଦିନ ଆସିଯାଇଛି, ଏହି ସମୟରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ ଏବେ ଥଣ୍ଡା ପାଣି ପିଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଛନ୍ତି ।ଏହାସହିତ ଥଣ୍ଡା ପାଣି ଶରୀରକୁ ଅନ୍ୟାନ୍ୟ କ୍ଷତି ମଧ୍ୟ ପହଞ୍ଚାଇଥାଏ ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ । ଫ୍ରିଜ୍ ପାଣି ଶରିର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ ।ଥଣ୍ଡାପାଣି ପିଇବା ଦ୍ଵାରା ଆମ ଶରୀର ଭିତରେ ଅନ୍ତନଳୀ ପ୍ରବଳ ଥଣ୍ଡା ହୋଇଯାଇଥାଏ । ଯାହାଦ୍ୱାରା ସେ ନିଜର କାମ ଠିକ୍ ଭାବେ କରିପାରିନଥାଏ । ପରିଣାମସ୍ୱରୂପ ଆମର ପେଟ ଠିକ୍ ଭାବେ ସଫା ହୋଇପାରି ନଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ ।ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଇଛି ।ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର କୋଷିକା ଗୁଡିକ ଠିକ୍ ଭାବେ କାମ କରେନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡିଥାଏ ଏବଂ ଏହା ଆପଣଙ୍କ ହାର୍ଟବିଟ଼୍ ମଧ୍ଯ କମ୍ କରିଦେଇପାରେ । ଫ୍ରିଜ୍ ପାଣି ପିଇବା ଦ୍ଵାରା ଗଳା ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ । ଯଦି ପ୍ରତିଦିନ ଆପଣ ଥଣ୍ଡା ପାଣି ପିଉଛନ୍ତି ତାହେଲେ ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କର ଟନସିଲ୍ସ, ଫୁସଫୁସ୍ ଏବଂ ପାଚନ ତନ୍ତ୍ରରେ ରୋଗ ହେବା ବହୁତ୍ ସାଧାରଣ କଥା  ।

Leave a Reply

Your email address will not be published. Required fields are marked *