ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମହିଳା ମାନଙ୍କ ଅଂଶ ଗ୍ରହଣ ବୃଦ୍ଧି ଓ କୃଷି କ୍ଷେତ୍ରରେ ମହିଳା ମାନଂକୁ ସ୍ୱାଭଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ସର୍ବଦା ପ୍ରୟାସ କରାଯାଉଛି।ଏହିଭଳି କିଛି ବାର୍ତ୍ତା ନେଇ ଆନ୍ତର୍ଜାତୀୟ ମହିଳା ଦିବସରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସମ୍ବନିତ ଶିଶୁ ବିକାଶ ଅଧିକାରୀଙ୍କ କାଯ୍ୟଳୟରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଲିଆନ୍ସ ଜେନେରାଲ ଇନ୍ସୁରାନସ କମ୍ପାନୀ ତରଫରୁ ଆୟୋଜିତ ଉତ୍ସବରେ ପୁରୀ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଧେଶକ ଡ଼କ୍ଟର ମଞ୍ଜୁଳା ତ୍ରିପାଠୀ,ମୁଖ୍ୟ ଅତିଥି ଭାବେ ସମ୍ବନିତ ଶିଶୁ ବିକାଶ ଅଧିକାରୀ,କାର୍ଯ୍ୟାଳୟର ସୁପରଭାଇଜର ଝୁଣୁଳତା ମଲ୍ଲିକ, ଭାନୁଲତା ମଲ୍ଲିକ,ରାଜ୍ୟ ସ୍ତରୀୟ ପ୍ରଶିକ୍ଷିକା ପ୍ରିୟଦର୍ଶିନୀ ମିଶ୍ର, ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀର କ୍ଲଷ୍ଟର ହେଡ ସୋମନାଥ ପରିଡା,ଚନ୍ଦ୍ରଶେଖର ପାତ୍ର,ବରିଷ୍ଠ ଅଧିକାରୀ ମନୋଜ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ମହିଳା ମାନଙ୍କୁ ପ୍ରଧାନମନ୍ତ୍ରୀ ଫଶଲ ବୀମା ଯୋଜନାରେ ଅଧିକରୁ ଅଧିକ ଅଂଶ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ନୟକଙ୍କ ଆୟୋଜିତ ଉତ୍ସବରେ ସଦର ବ୍ଲକ ସଂଯୋଜକ ଦେବନ କୁମାର ପାଟଶାଣୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଡେଲାଙ୍ଗ ବ୍ଲକ ସଂଯୋଜକ ପ୍ରଭୁଦେବା ପ୍ରଧାନ, ସ୍ୱଚ୍ଛାସେବୀ ସୌଦାମିନୀ ଦଳାଇ, ପଦ୍ମନାଭ ଦଳାଇ ପ୍ରମୁଖ ସହଯୋଗ କରିଥିଲେ।ଏହି ଆବସରରେ ମହିଳା ଚାଷୀ ତୃପ୍ତି ମୟୀ ମାର୍ଥା, ସବଳା ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଉପସ୍ଥିତ ମହିଳା ଚାଷୀଙ୍କୁ ନଡ଼ିଆ,ଲେମ୍ଭୁ,କଦଳୀ ଗଛର ଚାରା ବିତରଣ କରାଯିବା ସହ ମହିଳା ଦିବସ ସ୍ମାରକ କେକ କଟାଯାଇଥିଲା।ଶେଷରେ କଣାସ ବ୍ଲକ ସଂଯୋଜକ ଦୀପ୍ତି ରଞ୍ଜନ ଖଟୋଇ ଧନ୍ୟବାଦ ଅର୍ପଣ କରିଥିଲେ।