ହଁ ଆଜ୍ଞା ଆଇ ଲଭ ୟୁ କହି ଫସି ଯାଇଛନ୍ତି ଜଣେ ଯୁବତୀ । ମନରେ ଇଚ୍ଛାଥିଲା ଆସିବ ବର ମୋର ଆଉ ହୋଇବ ବାହାଘର । ହେଲେ ସେଇ ବର ଶେଷରେ ଆଇଲଭ ୟୁ ପାଇଁ ହାତ ଛାଡି ଦେବ କିଏ ବା ଜାଣିଥିଲା । ବାହା ଘରକୁ ଆଉ କିଛି ସମୟ ବାକି ଥିଲା । ବାସ ସମୟ କିଛିଟା ପରେ ମଥାରେ ଲାଗି ଥାନ୍ତି ସିନ୍ଦୁର ଆଉ ହାତରେ ପିନ୍ଧିଥାନ୍ତେ ଶଙ୍ଖା । ହେଲେ ବାହାଘରର ପ୍ରସ୍ତୁତି ହିଁ ସରିଥିଲା କିନ୍ତୁ ବରଯାତ୍ରୀ ଆସି ନ ଥିଲା, ଫୋନରେ କନ୍ଯା ବରକୁ କହିଦେଲା,’I Love You’,ଭାଙ୍ଗିଗଲା ବାହାଘର…କୁଶୀନଗର ଖଡ୍ଡାସ୍ଥିତ ଏକ ଗାଁରେ ବିବାହର ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଥିଲା । ଘରେ ସାହାନାଇ ବାଜିବାର ଥିଲା, ହେଲେ ଆଉ ବାଜି ପାରିଲା ନାହିଁ ।ସାହାନାଇ ନ ବାଜିବାର କାରଣ ହେଉଛି କନ୍ଯା ରହସ୍ଯମୟ ଭାବରେ ଉଭାନ ହୋଇଯିବା । ପ୍ରକାଶଥାଉ ଯେ,କୁଶୀନଗର ଖଡ୍ଡା ଥାନାକ୍ଷେତ୍ର ଏକ ଗାଁର ଝିଅ ବା କନ୍ଯା ନେବୁଆସ୍ଥିତ ନୌରଗିୟା ଥାନାକ୍ଷେତ୍ରର ଏକ ଗାଁର ମୁକେଶ ନାମକ ଯୁବକଙ୍କୁ ପାଞ୍ଚ ବର୍ଷ ହେବ ଭଲ ପାଉଥିଲେ ।ଉଭୟେ ଉଭୟଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ । ହେଲେ ତାଙ୍କର ପରିବାର ଏହି ବିବାହରେ ରାଜି ନ ଥିଲେ । ଉଭୟଙ୍କ ଜିଦ ଆଗରେ କିନ୍ତୁ, ପରିବାର ମଧ୍ଯ ହାର ମାନିଥିଲା । ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ । ବିବାହ ପାଇଁ ୬ ମାର୍ଚ୍ଚକୁ ତୟ କରାଯାଇଥିଲା । ଉଭୟଙ୍କ ପରିବାର ବିବାହକୁ ନେଇ ତମାମ ପ୍ରସ୍ତୁତି ମଧ୍ଯ ଶେଷ କରି ସାରିଥିଲେ ।ଧୂମଧାମରେ ବରଯାତ୍ରୀ ଯିବାକୁ ପ୍ରସ୍ତୁତ ଥିବା ମୁକେଶଙ୍କ ହ୍ୱାଟସଅପକୁ କନ୍ଯା ତଥା ପ୍ରେମିକାର ମୋବାଇଲରୁ ଆସିଥିବା ଏକ ମେସେଜ ପାଇଁ ବିବାହ ଭାଙ୍ଗିଗଲା । ମୁକେଶଙ୍କ ହ୍ୱାଟସଅପକୁ ଆସିଥିବା ମେସେଜ ଥିଲା ଏଭଳି- ‘ବର୍ତ୍ତମାନ ଆର ଜନ୍ମରେ ଦେଖା ହେବ’…ବିବାହର ପ୍ରସ୍ତୁତିରେ ଥିବା ସମସ୍ତ ଲୋକଙ୍କ ହୋଶ୍ ଉଡିଯାଇଥିଲା । ପୁଷ୍ପାଙ୍କ ଘରୁ ଗାୟବ ହେବା ଘଟଣାରେ ମୁକେଶଙ୍କ ମା’ ଖଡ୍ଡା ଥାନାରେ ମାମଲା ରୁଜୁ କରିଥିଲେ । ଫଳରେ ଏ ଘଟଣା ସାମ୍ନାକୁ ଆସିଥିଲା ।କହିରଖୁ, ପୁଷ୍ପାଙ୍କ ପ୍ରେମିକ ତଥା ବର ହେବାକୁ ଥିବା ମୁକେଶ ଯୁକ୍ତ ଦୁଇ ଯାଏଁ ପାଠ ପଢିଛନ୍ତି । ବିବାହକୁ ନେଇ ସେ ବେଶ୍ ଉତ୍ସାହିତ ମଧ୍ଯ ଥିଲେ । ହେଲେ ତାହା ବିରହରେ ପରିଣତ ହୋଇଛି । ତାଙ୍କ ପ୍ରେମିକା ଶେଷ ମୁହୂର୍ତ୍ତରେ ଫେରାର ମାରିଛନ୍ତି । ଯାହା ମୁକେଶଙ୍କ ହୋଶ୍ ଉଡାଇ ଦେଇଛି । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି ।