ହଁ ଦର୍ଶକ ବନ୍ଧୁ ଆଜି ହେଉଛି ଏଗାର ମାର୍ଟ୍ଟ । ଆଜି ବହୁ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ଆଜି ମିଶିବାକୁ ଯାଉଛନ୍ତି ଦୁଇ ମନ । ଆଉ ପଡ଼ିବାକୁ ଯଉଛି ହାତଗଣ୍ଠି । ଆଉ ଆଜି ସାତ ଜନ୍ମର ସାଥୀ ହୋଇଯିବେ ଏହି ଦୁଇ ପ୍ରେମୀ ଯୁଗଳ । ଆଉ ଦୂରରେ ନୁହଁ, ଏବେଠୁ ଗୋଟିଏ ଘରେ ରହିବେ ଦୁଇ ପ୍ରେମ ପକ୍ଷୀ। ଗପ ଭଳି ଲାଗୁଥିଲେ ବି ଏହା ସତ। ଦୁଇଜଣଙ୍କ ମନରେ ହେଉଛି ସମଥିଙ୍ଗ ସମଥିଙ୍ଗ। ହଁ ଆଜ୍ଞା ମାର୍ଚ୍ଚ ଛରେ ସରିଥିଲା ନିର୍ବନ୍ଧ ଆଜି ବାହାଘର। ଆପଣମାନେ ଅନୁମାନ କରି ପାରୁଥିବେ ଆମେ କାହା କଥା କହୁଛୁ। ଆମେ ସେହି ଯୋଡିଙ୍କ କଥା କହୁଛୁ। କିଛି ଦିନ ହେବ ଯିଏ ଓଡ଼ିଶାରେ ଚହଳ ପକାଇଛନ୍ତି। ସୋସିଆଲ ମିଡିଆରେ ଯାହାର ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଯିଏ ବାନ୍ଧବୀରୁ ଏବେ ବଧୂ ସାଜିବାକୁ ଯାଉଛନ୍ତି। ସେହି ଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗ୍ରତି। ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ସତ ହେବାକୁ ଯାଉଛି ଅନୁଭବ ଓ ଜାଗ୍ରତିଙ୍କ ସ୍ୱପ୍ନ। ଦ୍ୱିତୀୟ ଇନିଂସ ଖେଳିବାକୁ ଯାଉଛନ୍ତି ଅଭିନେତା ଅନୁଭବ ମହାନ୍ତି। ଦୁଇ ଦିନ ତଳେ ଦିଲ୍ଲୀରେ ସିକ୍ରେଟ ନିର୍ବନ୍ଧ କରିଥିଲେ ଅନୁଭବ ଓ ଜାଗ୍ରତି।ଏନେଇ ଦୁହେଁ ମଧ୍ୟ ନିର୍ବନ୍ଧ ପରେ ପରିବାରଙ୍କ ସହମତିରେ ହାତ ଧରିବାକୁ ଯାଉଛନ୍ତି ବୋଲି ନିଜ ଇନଷ୍ଟାଗ୍ରେମରେ ନିର୍ବନ୍ଧ ଫଟୋ ପୋଷ୍ଟ କରିଥିଲେ। ହେଲେ କେବେ ବାହାଖର ହେବ ଏବଂ କେଉଁଠି ହେବେ ସେନେଇ କିନ୍ତୁ କୌଣସି ସୂଚନା ଦେଇନଥିଲେ। ଆଜି ବାହାଘର: ହେଲେ ନିର୍ବନ୍ଧ ପରି ଯାହା ଚର୍ଚ୍ଚା ହେଉଛି କି ଆଜି ହିଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନୁଭବ-ଜାଗ୍ରତି। କିଏ କିଏ ଆଜି ରାଜସ୍ଥାନରେ ଡେଷ୍ଟିନେସନ ଓ୍ୱେଡିଂ କରିବାକୁ ଯାଉଛନ୍ତି ବୋଲି କହୁଥିବା ବେଳେ ଆଉ କିଏ କିଏ ଦିଲ୍ଲୀ ଆଉ କିଏ ପୁଣି ଭୁବନେଶ୍ବରରେ ବିବାହ ବୋଲି କହୁଛନ୍ତି । ହେଲେ ବର୍ତ୍ତମାନ ପ୍ରଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଚ କରାଯାଇନାହିଁ। ତେବେ ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ। ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ବୋଲି ଚର୍ଚ୍ଚା ହେଉଥୁବା ବେଳେ ଦେଖିବାକୁ ବାକି ରହିଲା ସାଥି କୁ ନେଇ ସତରେ ଅନୁଭବ ଆଜି ଗୃହ ପ୍ରବେଶ କରୁଛନ୍ତି ନା ଆଉ କିଛି ।