ଏକା ଥରକେ ୧୫୦୦୦ ଟଙ୍କା ଆସିବ । ଆସନ୍ତୁ ଜାଣିବା କେବେ ଓ କେଉଁମାନଙ୍କୁ ଏହି ଟଙ୍କା ଆସିବ…
ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ଟଙ୍କା । ଏକା ଥରକେ ୧୫୦୦୦ ଟଙ୍କା ଆସିବ । ଆସନ୍ତୁ ଜାଣିବା କେବେ ଓ କେଉଁମାନଙ୍କୁ ଏହି ଟଙ୍କା ଆସିବ…ମାର୍ଚ୍ଚ ମାସରେ ସରକାର ଏକ ବଡ ଖୁସି ଖବର ଦେଇଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ ଖୁବଶୀଘ୍ର ଟଙ୍କା ଜମା ହେବ ବୋଲି କହିଛନ୍ତି ସରକାର । ଏଭଳି ଏକ ଘୋଷଣା ପରେ ଅନେକ ଲୋକଙ୍କୁ ଆଶ୍ବସ୍ତି ମିଳିବାକୁ ଯାଉଛି । ତେବେ ସରକାର ଏହି ଟଙ୍କା କେବେ ପ୍ରଦାନ କରିବେ ? ଟଙ୍କା କାହା ଆକାଉଣ୍ଟକୁ ଯିବ ? ବର୍ତ୍ତମାନ ଆସନ୍ତୁ ଜାଣିବେ ଏହି ଘୋଷଣା ପଛରେ ସବିଶେଷ ତଥ୍ୟ ।ସରକାର ଟଙ୍କା କେବେ ରିଲିଜ୍ କରିବେ ସେନେଇ ତାରିଖ ଘୋଷଣା କରିଛନ୍ତି । ତେଣୁ ଏହା ନିଶ୍ଚିତ ଭାବରେ ହିତାଧିକାରୀଙ୍କ ପାଇଁ ଏକ ଆଶ୍ବସ୍ତିକର ବିଷୟ ।ଓଡିଶା ସରକାରଙ୍କ ଦ୍ୱାରା ରାଜ୍ୟରେ ଅନେର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ମଧ୍ୟରୁ ସୁଭଦ୍ରା ଅନ୍ୟତମ । ସୁଭଦ୍ରା ଯୋଜନାରେ ସରକାର ପ୍ରତି ମହିଳାଙ୍କୁ ହାତ ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ସ୍କିମରେ ହିତାଧିକାରୀ ୨ଟି ପାଇସାରିଲେଣି ।ସୁଭଦ୍ରାର ଗ୍ରାଣ୍ଡ ଲଞ୍ଚିଂ ହେବା ଆଗରୁ ଅନେକ ହିତାଧିକାରୀ ଆପ୍ଲାଏ କରିଥିଲେ ସୁଦ୍ଧା ୨ଟି କିସ୍ତି ପରେ ବି ସେମାନଙ୍କୁ ଟଙ୍କା ମିଳିନାହିଁ । ସବୁଠୁ ବଡ କଥା ହେଉଛି ଗୋଟିଏ ଘରୁ ଶାଶୁକୁ ଟଙ୍କା ଆସିଥିବା ବେଳେ ବୋହୂକୁ ଟଙ୍କା ମିଳିପାରିନାହିଁ । ତେଣୁ ଟଙ୍କା ଆସିବ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି କିଛି ହିତାଧିକାରୀ । ସେପଟେ ପ୍ରତି ଘରକୁ ସୁଭଦ୍ରା ପହଞ୍ଚିବ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରମ୍ୱାର ଆଶ୍ୱସନା ଦେଇଆସୁଛନ୍ତି । ବ୍ୟାଙ୍କ ଆକାଉଣ୍ଟ ସମସ୍ୟା ପାଇଁ ଯେଉଁ ମହିଳାଙ୍କ ଖାତାକୁ ଟଙ୍କା ଯାଇପାରିନି, ସେମାନଙ୍କୁ ମଧ୍ୟ ସମସ୍ୟା ଦୂର କରାଯାଇ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ଆଉ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ପ୍ରଭାତୀ ପରିଡା କହିଛନ୍ତି,ଫିଲ୍ଡ ଭେରିଫିକେସନ ପରେ ଯେଉଁମାନେ ରହିଯିବେ ଅର୍ଥାତ ଟଙ୍କା ପାଇନଥିଲେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ରେ ୩ଟି କିସ୍ତି ମିଳିବ। ଯେଉଁମାନେ ଯୋଗ୍ୟ ଏକା ଥରେ ସେମାନେ ସୁଭଦ୍ରାର ୩ଟି କିସ୍ତି ପାଇବେ।:ଅର୍ଥାତ ଯେଉଁମାନଙ୍କୁ ବର୍ତ୍ତମାନ ଯାଏଁ ସୁଭଦ୍ରା ଟଙ୍କା ମିଳିନାହିଁ, ସେମାନଙ୍କୁ ଏକାସହ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ । ଯେଉଁମାନେ ଏହି ଯୋଜନାରେ ପଞ୍ଜିକୃତ ହୋଇ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଖୁବଶୀଘ୍ର ଏହି ଟଙ୍କା ପ୍ରଦାନ କରାଯିବ । ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ।:କିନ୍ତୁ କିଛି ମହିଳା ଏପର୍ଯ୍ୟନ୍ତ ଏହି ଯୋଜନାରେ ଟଙ୍କା ପାଇନାହାଁନ୍ତି । ଏହାର ଅର୍ଥ ହେଉଛି ଯଦିଓ ସରକାର ଏହି ଟଙ୍କା ଛାଡିଛନ୍ତି, ତଥାପି କିଛି ମହିଳା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇ ପାରିନାହାଁନ୍ତି । ଏହି ଟଙ୍କା କେବେ ଆକାଉଣ୍ଟକୁ ଆସିବ ତାହାକୁ ଅପେକ୍ଷା ।ତେଣୁ ଯଦି ଆପଣ ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି କିନ୍ତୁ କୌଣସି କିସ୍ତିରେ ଆପଣଙ୍କୁ ଟଙ୍କା ଆସିନାହିଁ ତେବେ ଆପଣଙ୍କୁ ଏହି ଟଙ୍କା ମିଳିବ। ଏହି ଯୋଜନା ଅଧୀନରେ ୨୧ ରୁ ୬୦ ବର୍ଷ ବୟସର ମହିଳାଙ୍କୁ ସରକାର ସହାୟତା ରାଶି ପ୍ରଦାନ କରି ଆସୁଛନ୍ତି ।