• Mon. Apr 20th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସପ୍ତାହରେ_ଦୁଇଥର_ଖାଆନ୍ତୁ_ଚୁନାମାଛ

Spread the love

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ ଥାଏ। ଯାହା ହୃଦରୋଗ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଆମେରିକା ହାର୍ଟ ଆସୋସିଏସନର ବୈଜ୍ଞାନିକଙ୍କ ପରାମର୍ଶରେ ଏହି ଦାବି କରାଯାଇଛି। ଆମେରିକାର ହାଭାର୍ଡ ଟିଏଚ୍ଚାନ ସ୍କୁଲ ଅଫ ପବ୍ଲିକ ହେଲଥର ପ୍ରଫେସର୍‌ ଏରିକ ବି ରିମଙ୍କ ମତରେ, ବୈଜ୍ଞାନିକଙ୍କ ଏହି ଗବେଷଣାରେ ଓମେଗା ୩ ଫ୍ୟାଟି ଏସିଡ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ; ବିଶେଷକରି ହୃତପିଣ୍ଡ ପାଇଁ ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା। ଗବେଷଣାରେ ସାମିଲ ଲୋକଙ୍କୁ ସପ୍ତାହକୁ ଦୁଇଥର ମାଛ ଖାଇବାକୁ ଦିଆଯାଇଥିଲା, ଯେଉଁଥିରେ ଓମେଗା ୩ ଫ୍ୟାଟି ଏସିଡ ସ୍ତର ଅଧିକ ଥିଲା। ନିଷ୍କର୍ଷରେ ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର ହୃଦରୋଗ ଜନିତ ସମସ୍ୟା ଥିଲା ତାହା ଅନେକ ମାତ୍ରାରେ ହ୍ରାସ ପାଇଥିଲା। ଯେଉଁମାନେ ହୃଦରୋଗରେ ପୀଡ଼ିତ ହେବାକୁ ଯାଉଥିଲେ ସେମାନଙ୍କ ହୃତପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଆଡ଼କୁ ଗତି କରିଥିଲା।

Leave a Reply

Your email address will not be published. Required fields are marked *