ବିଶ୍ବରେ ଅନେକ ପ୍ରକାରର ସାପ ଦେଖାଯାନ୍ତି । ସାପଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥିବା ବେଳେ ସେମାନଙ୍କ ଭିନ୍ନ ଭିନ୍ନ ନାଁ ମଧ୍ୟ ରହିଛି । ସାପଙ୍କ ମଧ୍ୟରେ କିଛି ବିଷାକ୍ତ ରହିଥିବା ବେଳେ ଆଉ କିଛି ସାଧାରଣ ମଧ୍ୟ ରହିଛନ୍ତି ।ବିଶ୍ବର ବିଭିନ୍ନ ପ୍ରାନ୍ତରେ ଏମିତି ବି କିଛି ସାପଙ୍କ ପ୍ରଜାତି ରହିଛନ୍ତି ଯେଉଁମାନେ କି ଅତ୍ୟନ୍ତ ବିଷାକ୍ତ ଏବଂ ବିପଦପୂର୍ଣ୍ଣ । ଏଭଳି ସାପ କାମୁଡିବା ଦ୍ବାରା ମୃତ୍ୟୁ ହେବା ନିଶ୍ଚିତ ବୋଲି କୁହାଯାଏ ।ଆଉ ଏମିତି ବି କିଛି ସାପ ରହିଛନ୍ତି ଯେଉଁମାନେ କାମୁଡିବା ଦ୍ବାରା କୌଣସି କ୍ଷତି ହୋଇନଥାଏ । ଅର୍ଥାତ ସେଭଳି ସାପଙ୍କ ଶରୀରରେ ବିଷ ନଥିବାରୁ କାମୁଡିଲେ କୌଣସି ପ୍ରଭାବ ପଡିନଥାଏ ।ତେବେ ଆପଣ ଜାଣିଛନ୍ତି କି ସାପ କାମୁଡିବାର କେତେ ସମୟ ଯାଏ ଜଣେ ବ୍ୟକ୍ତି ଜୀବିତ ରହିଥାନ୍ତି? ମଣିଷ ଶରୀର ସାପ ବିଷ କେତେ ସମୟ ପର୍ଯ୍ୟନ୍ତ ସହି ପାରିବ? ସାପ କାମୁଡିଲେ ତୁରନ୍ତ କଣ କରିବା ଉଚିତ? ଜାଣନ୍ତୁ ସବୁକିଛି….ସାପଙ୍କ ଅନେକ ପ୍ରଜାତି ରହୁଥିବାରୁ ବିଷର ମାତ୍ରା ମଧ୍ୟ ଭିନ୍ନ ରହିଥାଏ । ତେଣୁ ସାପ କାମୁଡିବା କ୍ଷଣି ତୁରନ୍ତ ହସ୍ପିଟାଲ ନେଇ ଚିକିତ୍ସା କରାଇବା ଆବଶ୍ୟକ । ନଚେତ୍ ଜୀବନ ଯିବାର ଆଶଙ୍କା ରହିଥାଏ ।ତେବେ ସାପ କାମୁଡିବାର କେତେ ସମୟ ପରେ ମୃତ୍ୟୁ ହୁଏ? ବିଶେଷଜ୍ଞଙ୍କ ମତରେ ସାପ ବିଭିନ୍ନ ପ୍ରଜାତିର ରହିଥିବାରୁ ବିଷ ମଧ୍ୟ ଅଲଗା ଅଲଗା ରହିଥାଏ । ସାପ କାମୁଡିବାର ୩ ରୁ ୪ଘଣ୍ଟା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଜୀବିତ ରହିପାରିବେ । ଏହା କେବଳ ସାପର ବିଷ ଉପରେ ନିର୍ଭର କରିଥାଏ ଯେ କେଉଁ ସାପ କାମୁଡିଛି ଏବଂ ସାପର ବିଷ କେତେ ।ଅର୍ଥାତ ସାପ କାମୁଡିବା ପରେ ଜିଇଁବାର ସମୟ ଭିନ୍ନ ଭିନ୍ନ ରହିଥାଏ । ପ୍ରଥମେ ଦେଖିବାକୁ ପଡିବ କେଉଁ ସାପ କାମୁଡିଛି । ସେହି ଅନୁଯାୟୀ ସାପର ବିଷ ସହ ଶରୀର କେତେ ସମୟ ଲଢିପାରିବ ତାହା ନିର୍ଭର କରିଥାଏ ।ବିଶେଷଜ୍ଞଙ୍କ ମତରେ ଯଦି କୌଣସି ବିଷାକ୍ତ ସାପ କାମୁଡେ ତେବେ ଅତି ବେଶିରେ ୮ ଘଣ୍ଟା ଭିତରେ ଜୀବନ ବଞ୍ଚାଇବା ସମ୍ଭବପର ହୋଇପାରିବ । ୮ ଘଣ୍ଟା ମଧ୍ୟରେ ହିଁ ଚିକିତ୍ସା କରାଇବା ଜରୁରୀ । ନଚେତ୍ ଜୀବନ ଚାଲିବାରର ସମ୍ଭାବନା ଅଧିକ ।ତେବେ ଯଦି ନାଗ ସାପ କାମୁଡେ ତେବେ ବିଳମ୍ଭ ନକରି ତୁରନ୍ତ ହସ୍ପିଟାଲ ନେଇଯିବା ଉଚିତ । ସାପ କାମୁଡିବାର ପ୍ରଥମ ୩୦ ମିନିଟ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ସମୟ ପୂର୍ବରୁ ଚିକିତ୍ସା କରାଯାଏ ତେବେ ଜୀବନ ବଞ୍ଚିଯିବ । ସାଧାରଣ ବିଷାକ୍ତ ସାପ କାମୁଡିବାର ୮ ଘଣ୍ଟା ଭିତରେ ଚିକିତ୍ସା କଲେ ଜୀବନ ବଞ୍ଚିପାରିବ ।ସାପ କାମୁଡିଲେ ଘରେ କୌଣସି ଚିକିତ୍ସା କରିବା କିମ୍ବା ମେଡିସିନ୍ ଖାଇବାକୁ ଦେବା ଆଦୌ ଉଚିତ ନୁହେଁ । ଏହା ହେଲେ ରୋଗୀଙ୍କ ଉପରେ ପ୍ରଭାବ ପଡିପାରେ ।ରକ୍ତରେ ସାପ ବିଷ ଅତି ଶୀଘ୍ର ବ୍ୟାପିପାରେ । ଯାହା ଫଳରେ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ତେଣୁ ସାପ କାମୁଡିବା ପରେ ପରେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବା ଉଚିତ ।