ସୁନ୍ଦରୀ ମଲାଇକା ଅରୋରା ନିଜର ସୁନ୍ଦର ଡ୍ୟାନ୍ସ ପାଇଁ ଚାରିଆଡେ ଚର୍ଚ୍ଚାରେ ଥାଆନ୍ତି । ବର୍ତ୍ତମାନ ସମୟରେ ସେ ‘ହିପ ହପ ଇଣ୍ଡିଆ’ର ଦ୍ୱିତୀୟ ସିଜନକୁ ଜଜ କରୁଛନ୍ତି ଅଭିନେତ୍ରୀ ମଲାଇକା । ନିଜର ବିନ୍ଦାସ ଅନ୍ଦାଜ ଓ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଲାଇମଲାଇଟରେ ଥାଆନ୍ତି ଏହି ସୁନ୍ଦରୀ । ପିଲାଠୁ ବୁଢା ସମସ୍ତେ ତାଙ୍କର ସୌନ୍ଦର୍ଯ୍ୟରେ ଫିଦା ହୋଇ ଥାଆନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଏହି ‘ହିପ ହପ ଇଣ୍ଡିଆ’ ଶୋ’ ରେ । ଶୋ’ ରେ ଡ୍ୟାନ୍ସ କରୁଥିବା ସମୟରେ ଜଣେ ୧୬ ବର୍ଷୀୟ ଡ୍ୟାନ୍ସର ମଲାଇକାକୁ ଯେଉଁ ଇସାରା କରିଥିଲେ, ସେଥିରେ ସେ ଅସହଜ ମନେ କରିଥିଲେ ଓ ତାଙ୍କ ମମ୍ମିଙ୍କୁ ଫୋନ କରିବା ପାଇଁ କହିଥିଲେ । ଏହି ଡ୍ୟାନ୍ସ ଶୋ’ ର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୁନ୍ଦରୀ ମଲାଇକା ଅରୋରା ଜଣେ ୧୬ ବର୍ଷୀୟ ପିଲାଙ୍କୁ ଗାଳି କରୁଛନ୍ତି । ଯିଏ ଡ୍ୟାନ୍ସ କରିବା ସମୟରେ ମଲାଇକାଙ୍କୁ ଇସାରା କରିଥିଲେ । ମଲାଇକା ଭିଡିଓରେ କହୁଛନ୍ତି, ତମ ମା’ ର ନମ୍ୱର ଦିଅ,୧୬ ବର୍ଷର ପିଲା,ଭାଉ ଖାଉଛି ‘…ମଲାଇକାଙ୍କ କଥା ଶୁଣି ଡ୍ୟାନ୍ସ କରୁଥିବା ପିଲା ଜଣକ ନିଜ ମୁଣ୍ଡ ତଳକୁ କରି ଦେଉଛନ୍ତି । ଡ୍ୟାନ୍ସର ଜଣକ ମଲାଇକାଙ୍କୁ ଫ୍ଲାଇଂ କିସ୍ ସାଙ୍ଗକୁ ଲାଇନ ମଧ୍ଯ ମାରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ଏବେ ଉଠୁଛି ପଡୁଛି । ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । କିଏ ଏହାକୁ ଖରାପ କହୁଛି ତ ପୁଣି କିଏ କହୁଛି ମଲାଇକା ପିଲାଟିର ମା’ଠୁ ବି ବଡ ହେବେ । ସେପଟେ ଅନେକ ୟୁଜର୍ସ ମଲାଇକାଙ୍କ ପୋଡକାଷ୍ଟ କଥା ମଧ୍ଯ ଉଠାଇଛନ୍ତି, ଯେଉଁଥିରେ ସେ ଅରହାନ ଖାନଙ୍କ ପୋଡକାଷ୍ଟରେ ଭର୍ଜିନିଟି ବାବଦରେ କଥା ହେଉଥିଲେ । ପ୍ରକାଶଥାଉ ଯେ, ୫୧ ବର୍ଷୀୟ ମଲାଇକା ୧୯ ବର୍ଷର ବୈବାହିକ ଜୀବନ ପରେ ଅରବାଜ ଖାନଙ୍କଠୁ ଡିଭୋର୍ସ ନେଇଥିଲେ । ଏହାପରେ ଅଭିନେତା ଅର୍ଜୁନ କପୁରଙ୍କଠୁ ମଧ୍ଯ ସେ ଅଲଗା ହୋଇ ସାରିଛନ୍ତି । ଯାହାଙ୍କ ସହ ସେ ଅନେକ ବର୍ଷଧରି ରିଲେସନସିପରେ ଥିଲେ ।