• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ ପାଇଁ ନର୍ଦ୍ଦମାରେ ପଶି ପ୍ରତିବାଦ ଜଣାଇଲେ ସମାଜସେବୀ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

କଟକ ମହାନଗର ନିଗମ ଅଧିନ ୫୨ ନଂ ଏବଂ ୫୩ନଂ ୱାର୍ଡରେ ରାସ୍ତାଘାଟ ସାଙ୍ଗକୁ ଉଭୟ ପାର୍ଶ୍ୱରେ ଡ୍ରେନ ଦୀର୍ଘବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡିଛି। ୱାର୍ଡ ବାସୀ CMC କର୍ତ୍ତୃପକ୍ଷଙ୍କୁ ଭେଟି ଯେତେ ଅଭିଯୋଗ କରିଲେ ବି ଏହାକୁ ଗୁରୁତ୍ବ ଦେଉ ନାହାଁନ୍ତି କମିଶନର କିମ୍ବା ମେୟର। ଏଭଳି ସମସ୍ୟାକୁ ନେଇ ନିଆରା ଭାବେ ପ୍ରତିବାଦ ଜଣାଇଛନ୍ତି ସମାଜସେବୀ ବ୍ୟୋମକେଶ କାନୁନଗୋ। ସିଧାସଳଖ ମୁକୁଳା ଡ୍ରେନ ମଧ୍ୟକୁ ପଶି ଯାଇ CMC କର୍ତ୍ତୃପକ୍ଷଙ୍କ ଅପାରଗତାକୁ ଲୋକଲୋଚନକୁ ଆଣିଛନ୍ତି। ଖବରପାଇ ୫୨ନଂ ୱାର୍ଡ କର୍ପୋରେଟର ସୌଭାଗିନୀ ଜେନା,୫୩ନଂ ୱାର୍ଡ କର୍ପୋରେଟର ଅରବିନ୍ଦ ଜେନା ଘଟଣାସ୍ଥଳରେ ପହଞ୍ଚି ସମାଜସେବୀଙ୍କୁ ଡ୍ରେନ ମଧ୍ୟରୁ ବାହାରି ଆସିବା ପାଇଁ ଯେତେ ବୁଝାଇଥିଲେ ବି ବିଫଳ ହୋଇଥିଲେ। ଚଳିତ ମାସ ୧୭ତାରିଖରୁ ରାସ୍ତାଘାଟ ଏବଂ ଡ୍ରେନ ସମସ୍ୟାର ସମାଧାନ କରିବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉଭୟ କର୍ପୋରେଟରଙ୍କ ପ୍ରତିଶୃତି ମିଳିବା ପରେ ସମାଜସେବୀ ଡ୍ରେନ ମଧ୍ୟରୁ ବାହାରିଥିଲେ। ପୂର୍ବରୁ ପେଟାନାଳ ପ୍ରକଳ୍ପକୁ ନେଇ କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ମଧ୍ୟ ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *