ସବୁକିଛି ଛାରଖାର୍ କରିଦେବେ ଶନି!
ଆରମ୍ଭ ହେବାକୁ ଯାଉଛି ଶନିଙ୍କ ଗୋଚର । ଆଉ ମାତ୍ର ୮ ଦିନ ପରେ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଥିବା ବେଳେ ଶନି ଦଶା ପଡିବାକୁ ଯାଉଛି । ମଧ୍ୟାହ୍ନ ୧ଟା ୫୦ ମିନିଟରୁ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ।ଗ୍ରହମାନେ କିଛି ଦିନ ଅବଧିରେ ରାଶି ପରିବର୍ତ୍ତନ କରିଥାନ୍ତି । ଆଉ ସେହି ଅନୁଯାୟୀ, ବିଭିନ୍ନ ରାଶିରେ ଭଲ ଏବଂ ଖରାପ ପ୍ରଭାବ ଦେଖିବାକୁ ମିଳେ ।ମୀନ ରାଶିରେ ଶନିଙ୍କ ଆଗମନ ମେଷ ସମେତ ୫ଟି ରାଶିର ଲୋକଙ୍କ ଜୀବନରେ ଖରାପ ପ୍ରଭାବ ପକାଇପାରେ । ବିଶେଷକରି ସେମାନଙ୍କ କ୍ୟାରିୟର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ । ସାମାନ୍ୟ ସତର୍କତା ଅବଲମ୍ବନ ଅନେକ ଅଘଟଣ ଘଟିପାରେ ।ଜ୍ୟୋତିଷଙ୍କ ଅନୁଯାୟୀ, ଶନି ଗ୍ରହ ମାର୍ଚ୍ଚ ୨୯ ତାରିଖରୁ ମୀନ ରାଶିରେ ପ୍ରବେଶ କରିବେ । ଯାହା ଫଳରେ ୫ ରାଶିରେ ପଡିବ ପ୍ରଭାବ । ତେବେ ଏହି କିଛି ମଧ୍ୟରେ ହିଁ ୫ ରାଶିରେ ନକାରାତ୍ମକ ପ୍ରଭାବ ପଡିବାକୁ ଯାଉଛି । ତେଣୁ ସତର୍କତାର ସହିତ ସବୁ କାମ କରିବାକୁ ପଡିବ ।କର୍କଟ: ଶନିଙ୍କ ଏହି ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିଙ୍କ ଅତ୍ୟନ୍ତ ଖରାପ ଘଟାଇପାରେ । ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ । ଶନିଙ୍କ ରାଶି ପରିବର୍ତ୍ତନ କ୍ୟାରିୟରରେ ମଧ୍ୟ ବଡ ପରିବର୍ତ୍ତନ ଆଣିପାରେ । କିନ୍ତୁ ଧୌର୍ଯ୍ୟର ସହିତ କାମ କଲେ ସବୁକିଛି ସହଜ ହୋଇଯିବ ।କନ୍ୟା : ଶନିଙ୍କ ଗମନାଗମନ ଆର୍ଥିକ ସଙ୍କଟ ପରିସ୍ଥିତି ସୃଷ୍ଟି କରିପାରେ । ଆଜିଠାରୁ ଖର୍ଚ୍ଚ ବଢିପାରେ । ସଞ୍ଚୟ ଥିବା ଟଙ୍କା ଖର୍ଚ୍ଚ ହେବ । ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ କାରଣ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଅଯଥା ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଧିକ । ବିବାଦ ଆଡକୁ ଠେଲି ହୋଇଯିବେ । ବଡ ଧରଣର କିଛି ଅଘଟଣ ଘଟିପାରେ ।ବିଛା: ଏହି ରାଶିର ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ କାରଣ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଚିନ୍ତାରେ ପକାଇପାରେ । ବେପରୁଆ ହେଲେ ଅଧିକ ଖର୍ଚ୍ଚାନ୍ତ ହେବେ । ଏହି ଅବଧି ମଧ୍ୟରେ, ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ |ମକର: ଶନି ଗ୍ରହଙ୍କ ରାଶି ପରିବର୍ତ୍ତନ ହେତୁ ପାରିବାରିକ ଜୀବନ ପ୍ରଭାବିତ ହୋଇପାରେ । ଘର ଏବଂ ଅଫିସ୍ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବାରେ ଅସୁବିଧା ହୋଇପାରେ । ଏହା ଉଭୟ କାର୍ଯ୍ୟ ଏବଂ ପାରିବାରିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏହି ମାସ ପରେ ସମୟ ଅନୁକୂଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍ ।ବୃଷ: ଚାହୁଁଥିବା କାମ ହେବନି । ଅନେକ କାର୍ଯ୍ୟରେ ବିଫଳ ହେବେ । ଆର୍ଥିକ ସଙ୍କଟ ଦେଖାଯିବ । ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯେଉଁଥି ପାଇଁ ଆପଣଙ୍କ ପରିବାର ସଦସ୍ୟ ମଧ୍ୟ ବିରକ୍ତ ହୋଇପାରନ୍ତି । ଜଗି ରଖି ନଚଳିଲେ ବଡ ବିପଦକୁ ସାମ୍ନା କରିପାରନ୍ତି ।