• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

Spread the love

ହଁ ଦର୍ଶକ ବନ୍ଧୁ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ସହ ପୋଷଣ ଓ ଖୁସି ପାଇଁ ସରକାର ନେଇଛନ୍ତି ବଡ ପଦକ୍ଷେପ । ଏଣିକି ଅଣ୍ଡା ସହିତ ମିଳିବାକୁ ଯାଉଛି ଲଡୁ । ଖାଲି ଏତିକି ନୁହେଁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ଖାଦ୍ୟ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲ ପିଲାମାନଙ୍କୁ ଏଣିକି ୩ ଦିନ ଅଣ୍ଡା ମିଳିବ । ଏହା ସହିତ ୩ ଦିନ ପୁଷ୍ଟିକର ଲଡୁ ବି ମିଳିବ । ୬ ଦିନ ଯାକ ପିଲାମାନଙ୍କୁ କିଛି ନା କିଛି ମିଳିବ ।ସେହିଭଳି ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । କିନ୍ତୁ ଏବେ ଠାରୁ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଚିଠି ମାଧ୍ୟମରେ ଘୋଷଣା କରାଯାଇଛି ।ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ଚିଠି ଅନୁଯାୟୀ, ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ପୁଷ୍ଟିକର ଲଡୁ ସହ ଏଣିକି ୩ ଦିନ ଅଣ୍ଡା ଦିଆଯିବ। ଆଗରୁ ୨ ଦିନ ଅଣ୍ଡା ଦିଆ ଯାଉଥିବା ବେଳେ ଏବେ ସପ୍ତାହକୁ ୩ ଦିଆଯିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିଆଯିବ ଅଣ୍ଡା। ସେହିଭଳି ମଙ୍ଗଳବାର, ଗୁରୁବାର ଓ ଶନିବାର ଦିଆଯିବ ପୁଷ୍ଟିକର ଲଡୁ।

Leave a Reply

Your email address will not be published. Required fields are marked *