• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୁଣି ଉଠିଲା ସରକାରଙ୍କ ନାଁରେ ବଡ ପ୍ରଶ୍ନ

Spread the love

ଲୋକଙ୍କ ସରକାର କହି ନିର୍ବାଚନ ବୈତରଣୀ ପାରି ହୋଇଥିବା ସରକାରଙ୍କ ଆଉ ଏକ ଅସଲ ଚିତ୍ର ସାମ୍ନାକୁ ଆସିଛି । କଟକ ଜିଲ୍ଲା,ନିଆଳୀ ବ୍ଲକ ଅନ୍ତର୍ଗତ ରାଣିଓଳା ପଂଚାୟତ ର ଲୋକନ ନାୟକ । ଯିଏ କି ଜଣେ 90% ଭିର୍ଣ୍ଣକ୍ଷମ ଅଟନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଏ ପର୍ଯ୍ୟନ୍ତ ଅନ୍ତ୍ରୋଦ୍ୟୟ ଯୋଜନାରେ ନାଁ ନାହିଁ । ଯିଏ କି ଜଣେ ମାନସକି ବିକାରଗ୍ରସ୍ତ ରୋଗୀ, କୌଣସି ସରକାରୀ ଯୋଜନା ତାଙ୍କ ପାଖରେ ସ୍ୱପ୍ନ ପାଲଟିଛି । ଗତ କାଲି ସାର ରାଜ୍ୟରେ ନୂତନ ରାଜ୍ୟ ସରକାର ଭିର୍ଣ୍ଣକ୍ଷମ ବ୍ୟକ୍ତି ଙ୍କୁ ଅନ୍ତ୍ରୋଦ୍ୟୟ ଗୃହ ଯୋଜନା ରେ ନୂତନ ଗୃହ ବଣ୍ଟନର କାର୍ଯ୍ୟଦେଶ ପ୍ରଦାନ କରିଥିଲେ । ସେଥିରେ ଗତ କାଲି ନିଆଳୀ ଅଚିନ୍ହା ପଡିଆରେ ମାନ୍ୟବର ବିଧାୟକ,ବ୍ଲକ ପ୍ରଶାସନଙ୍କ ସମେତ ସମସ୍ତ ଜନପ୍ରତିନିଧି ମାନଙ୍କ ଉପସ୍ଥିତରେ ସମୁଦାୟ 86 ଜଣ ହିତାଧିକାରୀଙ୍କୁ ନୂତନ ଗୃହ କାର୍ଯ୍ୟଦେଶ ବଣ୍ଟନ କରାଯାଇଥିଲା । ଏହି ହିତାଧିକାରୀଙ୍କ ମଧ୍ୟରେ କୁଆଡେ ଲୋକନ ନାୟକ କଣ ଯୋଗ୍ୟ ହିତାଧିକାରୀ ନୁହେଁ ବୋଲି । ତେବେ ବ୍ଲକ ପ୍ରଶାସନ କିଭଳି ଏହି ଗରୀବ ପରିବାର ପାଖରେ ପହଂଚିପାରିନି ତାହା ପ୍ରଶ୍ନବାଚକ ସୁଷ୍ଟି କରିଛି । ଆଉ ତୁରନ୍ତ ଏହି ଗରୀବ ଲୋକ ପାଖରେ ସମସ୍ତ ସରକାରୀ ଯୋଜନା ପହଂଚେଇବାକୁ ବ୍ଲକ ପ୍ରଶାସନ କୁ ବିଶେଷ ଅନୁରୋଧ କରାଯାଉଛି ।
କଟକ ଜିଲ୍ଲା,ବାରଙ୍ଗ ବ୍ଲକ ରୁ ପ୍ରକାଶ କୁମାର ଭୋଇ

Leave a Reply

Your email address will not be published. Required fields are marked *