• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭଦ୍ରକ ଜିଲ୍ଳାସ୍ତରୀୟ ଓଡ଼ିଶା ଦିବସ ସମାରୋହ

Spread the love

90 ତମ ଓଡିଶା ଦିବସ କୁ ଭଦ୍ରକ ଜିଲ୍ଲା ପ୍ରଶାସନ ଅlନୁକୁଲ୍ୟ ରେ ସଦର ମହକୁମା ରେ ପ୍ରାତ କାଳ ରେ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପରିକ୍ରମା ସହ ବିଭିନ୍ନ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରା ଯାଇଥିଲା।
ଓଡ଼ିଶା ସରକାର ଙ୍କ ର ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅlନୁକୁଲ୍ୟ ରେ ସହିଦ୍ ସ୍ମୃତି ଭବନ ରେ ପାଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଏଥିରେ ଭଦ୍ରକ
ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓ ବିଶିଷ୍ଟ ଅତିଥି ଭାବେ ଭଣ୍ଡାରିପୋଖରୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ମାନ୍ୟବର ବିଧାୟକ ଭଦ୍ରକ ଶ୍ରୀଯୁକ୍ତ ସିତାଂଶୁ ଶେଖର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ଓ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକlରୀ କାର୍ତ୍ତିକ ନାଥ ମଣ୍ଡଳ l ସଭା ଟିକୁ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକlରୀ ରମେଶ ଚନ୍ଦ୍ର ନାୟକ ସଞ୍ଚାଳନ କରିଥିଲେ l
ଓଡ଼ିଶା ପ୍ରଦେଶ ଗଠନ ର ଇତିହାସ, ଏଥିରେ ପ୍ରମୁଖ ଭୂମିକା ନେଇଥିବା ଶ୍ରେଷ୍ଠ ବିନ୍ଧାଣୀ ମାନଙ୍କର ସ୍ମୃତି ଚାରଣ, ଓଡ଼ିଆ ଭାଷା ସାହିତ୍ୟ ଓ ଓଡ଼ିଶା ର ସମୃଦ୍ଧ କଳା ସଂସ୍କୃତି ବିଷୟ ରେ ଅତିଥି ମାନେ ଆଲୋକପାତ କରିଥିଲେ l
ସରକାର ଙ୍କ ର ମାର୍ଗଦର୍ଷୀକା ଅନୁଯାଇ ଓଡ଼ିଆପକ୍ଷ ପାଳନ ବିଷୟ ରେ ବିସ୍ତୃତ ଆଲୋଚନା ହୋଇଥିଲାl

Leave a Reply

Your email address will not be published. Required fields are marked *