• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆମେରିକାରେ ଭୂମିକମ୍ପର ଶକ୍ତ ଝଟକା

ByOdishri Khabar

Apr 21, 2025
Spread the love

ପୁଣି ଭୂମିକମ୍ପର ଶକ୍ତ ଝଟକା। ଭୂମିକମ୍ପ ଝଟକାରେ ଥରିଲା ଆମେରିକା। ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୂଭୂତ। ହେଲେ ଏବେସୁଦ୍ଧା ଭୂମିକମ୍ପ ଜନିତ କ୍ଷୟକ୍ଷତି ସୂଚନା ମିଳିପାରିନାହିଁ। କିନ୍ତୁ ଏହି ଭୂମିକମ୍ପ ଏକ ଶକ୍ତିଶାଳୀ ଭୂମିକମ୍ପ ଥିଲା ବୋଲି। ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରୋକର୍ଡ କରାଯାଇଛି।ତେବେ ନିକଟରେ ଭୂକମ୍ପ ମିଆଁମାରରେ ତାଣ୍ଡବ ରଚିଥିଲା। ଯାହାପରେ ଏବେଯାଏଁ ସ୍ଥିତି ପୁରାପୁରି ସ୍ୱଭାବିକ ହୋଇପାରିନାହିଁ। ଆଉ ଏବେ ପୁଣି ଆମେରିକାରେ ଭୂକମ୍ପ ଝଟକା। ଆଉ ମିଆଁମାରର ମୃତ୍ୟୁର ତାଣ୍ଡବ ପରେ ଭୂକମ୍ପ କଥା ଆସିଲେ ମନରେ ଏକ ପ୍ରକାର ଭୟ ଖେଳିଯାଉଛି। ତେବେ ଆମେରିକାର କ୍ଷୟକ୍ଷତି ସୂଚନା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *