• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୨୨ ଟଙ୍କା ବିନିଯୋଗ କରନ୍ତୁ ଆଉ ପାନ୍ତୁ ୮୦୦୦ଟଙ୍କା

ByOdishri Khabar

May 2, 2025
Spread the love

ଖର୍ଚ୍ଚ କରନ୍ତୁ ୨୨ ଟଙ୍କା ଆଉ ପାଆନ୍ତୁ ୮୦୦୦ ଟଙ୍କା । ସରକାର ଦୁର୍ବଳ ଆର୍ଥିକ ସ୍ଥିତି ଲୋକଙ୍କ ପାଇଁ ଏମିତି ଦୁଇ ପ୍ରକାର ପେନସନ ଯୋଜନା ଚଲେଇଛନ୍ତି, ଯାହା ଅନୁଯାଇ ଅଲଗା ଅଲଗା ପରିବାର ସଦସ୍ୟ ମିସି ପାରିବେ । ଏହି ଦୁଇଟି ପେନସନ ଏହି ପ୍ରକାର ଅଛି ଗୋଟେ ଅଟଲ ପେନସନ ଯୋଜନା ଅଛି ଏବଂ ଦ୍ଵିତୀୟ ପିଏମ ଶ୍ରମ ଯୋଗୀ ମାନ ଧନ ଯୋଜନା ଅଟେ । ଏହି ଦୁଇଟି ଯୋଜନା ଅନୁଯାଇ ସ୍ଵାମୀ ସ୍ତ୍ରୀ ଅଲଗା ଅଲଗା ଯୋଡି ହୋଇ ପାରିବେ ।ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ସଂପୂର୍ଣ୍ଣ ରୂପରେ ।ଭାରତ ସରକାର ଏହା ଅନୁଯାଇ ମିଳୁଥିବା ପେନସନ ଲାଭ ଗ୍ୟାରେଣ୍ଟି ଦେଉଅଛି, ଏହି ପେନସନ ଯୋଜନା ଲାଭ ପାଇବା ପାଇଁ ଆପଣଙ୍କ ବୟସ ଅତି କମରୁ ୧୮ ବର୍ଷ ଅଟେ ଏବଂ ଅଧିକ ରୁ ଅଧିକ ୪୦ ବର୍ଷ ହବା ଉଚିତ ଅଟେ । ଏହି ଯୋଜନା ଅନୁଯାଇ ମିନିମମ ୨୦ ବର୍ଷ ନିବେଶ କରିବାକୁ ପଡିବ, ଏହା ଅନୁଯାଇ ଅତି କାମରୁ ୧୦୦୦ ଟଙ୍କା ମାସିକ ପେନସନ ଏବଂ ଅଧିକ ୫୦୦୦ ଟଙ୍କା ପେନସନ ଭଳି ମିଳି ପାରେ ।ଯୋଜନା ଅନୁଯାଇ ବୟସ ଅନୁଯାଇ ସମସ୍ତଙ୍କ ପାଇଁ ଅଲଗା ପ୍ରକାର ଲାଭ ଅଛି ୧୮ ବର୍ଷ ପାଇଁ ଅଲଗା ଅଛି ଏବଂ ୪୦ବର୍ଷ ପାଖା ପାଖି ଲୋକଙ୍କ ପାଇଁ ଅଲଗା ଯୋଜନା ଅଟେ । ଯଦି ସ୍ଵାମୀ ଅଟଲ ପେନସନ ଯୋଜନା ୩୦ବର୍ଷ ରେ ୫୦୦୦ ଟଙ୍କା ମାସିକିଆ ପେନସନ ପାଇଁ କରୁଛନ୍ତି ତେବେ ତାଙ୍କୁ ପ୍ରତି ମାସ ୫୭୭ ଟଙ୍କା ଅଂଶଦାନ କରିବାକୁ ପଡିବ । ସ୍ତ୍ରୀ ଯଦି ୨୭ ବର୍ଷ ରେ ୩୦୦୦ ଟଙ୍କା ପ୍ରତି ମାସ ପେନସନ ପାଇଁ ପିଏମ ଶ୍ରମ ଯୋଗୀ ମାନ ଧନ ଯୋଜନା କରୁଛନ୍ତି ତେବେ ତାଙ୍କୁ ପ୍ରତି ମାସ ୯୦ ଟଙ୍କା ଯୋଗଦାନ କରିବାକୁ ପଡିବ ।ଏହା ଅନୁଯାଇ ଯଦି ପ୍ରତି ଦିନ ୨୨ ଟଙ୍କା ହିସାବ କରା ଯାଏ ତେବେ ପ୍ରତି ମାସ ଲୋକଙ୍କୁ ୬୬୦ ଟଙ୍କା ଜମା କରିବାକୁ ପଡିବ ଯାହା ଦ୍ଵାରା ସେ ଯୋଜନା ଲାଭ ପାଇ ପାରିବେ । ଯଦି ଦୁଇ ଜଣ ସ୍ଵାମୀ ସ୍ତ୍ରୀ ଜମା କରୁଛନ୍ତି ତେବେ ତାଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ ଓ ୬୦ ବର୍ଷ ପରେ ମାସକୁ ୫୦୦୦ ଟଙ୍କା ପେନସନ ପରି ମିଳିବା ଆରମ୍ଭ ହୋଇ ଯିବ । ସ୍ତ୍ରୀ ବୟସ କମ ହବାରୁ ତାଙ୍କ ୬୦ ବର୍ଷ ମଧ୍ୟ ପୂର୍ଣ ହେଲା ପରେ ତାଙ୍କ ମାସକୁ ୩୦୦୦ ଟଙ୍କା ପେନସନ ଆରମ୍ଭ ହୋଇ ଯିବ, ଦୁଇ ଜଣଙ୍କର ମିଶେଇ ମାସକୁ ୮୦୦୦ ଟଙ୍କା ଆଜୀବନ ମିଳିବ ।

Leave a Reply

Your email address will not be published. Required fields are marked *