• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜାଣନ୍ତୁ କେମିତି ହୋଇଥିଲା ପ୍ଲାନିଂ, କିଏ ଥିଲେ ଏହାର ସରଦାର

ByOdishri Khabar

May 8, 2025
Spread the love

ସାରା ଦେଶ ଆଜି ଅପରେସନ ସିନ୍ଦୂରକୁ ନେଇ ଗର୍ବିତ। ଭାରତୀୟ ସେନା ଏହି ଟପ୍ ସିକ୍ରେଟ୍‌ ମିଶନକୁ ଅତ୍ୟନ୍ତ ଗୋପନୀୟ ଭାବରେ ଶେଷ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେବଳ କିଛି ଲୋକ ହିଁ ଏହି ଅପରେସନ ବିଷୟରେ ଜାଣିଥିଲେ। ଏନଏସଏ ଅଜିତ ଡୋଭାଲ ଆକ୍ରମଣର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ଏନଏସଏ ଡୋଭାଲଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଭାରତୀୟ ବିମାନ, ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲେ। ମେ ୬ ଏବଂ ୭ ମଧ୍ୟବର୍ତ୍ତୀ ରାତିରେ, ଭାରତୀୟ ନୌସେନା, ସେନା ଏବଂ ବାୟୁସେନା ଏକ ମିଳିତ ଅପରେସନରେ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛି।

ଏବେ ଆସନ୍ତୁ ଜାଣିବା ଏହି ଅପରେସନକୁ ପାଇଁ କେମିତି କରାଯାଇଥିଲା ପ୍ରସ୍ତୁତି । ଏହାକୁ କିପରି ଚୂଡ଼ାନ୍ତ କରାଯାଇଥିଲା।

ଅପରେସନ ସିନ୍ଦୂରର କମାଣ୍ଡ ଏନଏସଏ ଅଜିତ ଡୋଭାଲଙ୍କ ହାତରେ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସାମରିକ ମୁଖ୍ୟମାନଙ୍କ ବ୍ୟତୀତ, ଏହି ଅପରେସନ ବିଷୟରେ ସୂଚନା କେବଳ କିଛି ହାତ ଗଣତି ଲୋକଙ୍କୁ ଦିଆଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଏନଟିଆରଓ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏହି ଅପରେସନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌ ମଧ୍ୟ କରାଯାଇଥିଲା । ଡୋଭାଲ ନିଜେ ଏହି କଣ୍ଟ୍ରୋଲ ରୁମ୍‌ର କମାଣ ସମ୍ଭାଳିଥିଲେ । ଏଥିପାଇଁ ଖୁବ୍‌ ତୀକ୍ଷ୍ନ ଏବଂ ଏକ୍ସପର୍ଟ ଅଧିକାରୀଙ୍କୁ ମଧ୍ୟ ଚୟନ କରାଯାଇଥିଲା। ଆକ୍ରମଣର ଏକ ଫୁଲ୍‌ ପ୍ରୁଫ୍‌ ପ୍ଲାନ୍‌ କରିବା ପରେ ଏନଏସଏ ଏବଂ ସେନାର କିଛି ବରିଷ୍ଠ ଅଧିକାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହାର ବ୍ଲୁ ପ୍ରିଣ୍ଟ ଦେଖାଯାଇଥିଲା । ଏହାସହିତ ସମ୍ପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିବା ବିଷୟରେ କୁହାଯାଇଥିଲା।

ଅପରେସନ୍ ସିନ୍ଦୂରକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ପ୍ରସ୍ତୁତି ଅନେକ ପର୍ଯ୍ୟାୟରେ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ, ଗୁଇନ୍ଦା ସଂସ୍ଥା ପାକିସ୍ତାନ ଭିତରେ ଚାଲିଥିବା କାର୍ଯ୍ୟକଳାପ ବିଷୟରେ ତଥ୍ୟ ସଂଗ୍ରହ କରି ଇନ୍‌ପୁଟ୍‌ ଦେଇଥିଲା। ଏହା ପରେ, ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଏକ ବ୍ୟବସ୍ଥିତ ଉପାୟରେ ଚିହ୍ନଟ କରାଯାଇଥିଲା। ପହଲଗାମ୍ ଆକ୍ରମଣ ପରେ ଆତଙ୍କବାଦୀ ଶିବିରଗୁଡ଼ିକୁ ସ୍ଥାନାନ୍ତରିତ କରିବା ବିଷୟରେ ମଧ୍ୟ ସୂଚନା ମିଳିଥିଲା। ଏହି ସମସ୍ତ ଆଡ୍ଡାକୁ ଚିହ୍ନଟ କରାଯାଇଥିଲା।

ଭାରତ ଏହି ସମସ୍ତ ଆଡ୍ଡା ଉପରେ ତୀକ୍ଷ୍ଣ ନଜର ରଖି ପ୍ରତ୍ୟେକ ଗତିବିଧି ଉପରେ ଦୃଷ୍ଟି ରଖିଥିଲା। ଏହି ଯୋଜନା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅନେକ ପର୍ଯ୍ୟାୟରେ ଗମ୍ଭୀର ଆଲୋଚନା ହୋଇଥିଲା ଏବଂ ଶେଷରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସବୁଜ ସଙ୍କେତ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ନିଜେ ଅପରେସନ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତଦାରଖ କରୁଥିଲେ।

Leave a Reply

Your email address will not be published. Required fields are marked *