ପାକିସ୍ତାନର ରାଜଧାନୀ ଉପରେ ଭୟଙ୍କର ଆଟାକ୍ କଲା ଭାରତର ଫାଇଟର୍ ଜେଟ୍ । ପାକିସ୍ତାନର ରାଜଧାନୀ ଇସଲାମାବାଦ୍କୁ ସିଧାସଳଖ ଟାର୍ଗେଟ୍ କରିଛି ଭାରତ । ଇସଲାମାବାଦରେ ଘନଘନ ମିସାଇଲ ମାଡ କରିଛି ଭାରତ । ଇସଲାମାବାଦ ସମେତ ଲାହୋର ଏବଂ ପାକିସ୍ତାନର ପଞ୍ଜାବ ସମେତ ଅନେକ ସହର ଉପରେ ଆଟାକ୍ ଜାରି ରଖିଛି ଭାରତ ।ଆକ୍ରମଣ ଆରମ୍ଭ କଲା ଭାରତ । ପାକିସ୍ତାନ ଉପରେ ଅନ୍ଧାଧୁନ୍ ଆକ୍ରମଣ ଆରମ୍ଭ କଲା ଭାରତ । ପାକିସ୍ତାନର ଲାହୋର ଉପରେ ଆକ୍ରମଣ କରିଛି ଭାରତ । ଲାହୋରରେ ଘନଘନ ମିସାଇଲ ମାଡ଼ କରାଯାଇଛି । ସିଆଲକୋଟ ଉପରେ ପ୍ରଚଣ୍ଡ ପ୍ରହାର କଲା ଭାରତ । ଲାହୋର, ସିଆଲକୋଟ ସମେତ ବାଜଓ୍ବାତ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଛି ଭାରତ ।ସେପଟେ ସମ୍ପୂର୍ଣ୍ଣ ଜମ୍ମୁ ଅଞ୍ଚଳରେ ବ୍ଲାକଆଉଟ୍ ହୋଇଛି । କେବଳ ଜମ୍ମୁ ନୁହେଁ ପଠାନକୋଟରେ ମଧ୍ୟ ରକେଟ୍ ମାଡ଼ ହୋଇଥିବା ଖବର ମିଳୁଛି । ପାକିସ୍ତାନ ପଟୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ତେବେ ଏହାକୁ ଫୁଲ୍ ଦମରେ କାଉଣ୍ଟର କରିଛି ଭାରତୀୟ ସେନା । ଏହାରି ଭିତରେ ସବୁଠୁ ବଡ଼ କଥା ହେଉଛି, ଭାରତ S-400 ମିସାଇଲ ସିଷ୍ଟମକୁ ଆକ୍ଟିଭ୍ କରିଛି । ତେବେ ଏଥରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।