ପୁଣି ଥରେ ଆସିବାକୁ ଯାଉଛି ଲକ ଡାଉନ ଏବଂ ଦେଶକୁ ମାଡ଼ିଆସୁଚ ଆଉ ଏକ କରୋନା..
ଆଜିକୁ ୫ ବର୍ଷ ତଳେ ଦେଶକୁ ମାଡ଼ି ଆସିଥିଲା ଏକ ମାହାମରି । ଯାହା ଫଳରେ ଗାଆଁ ଠୁ ସହର ସବୁ ଆଡ଼େ ଖେଳି ଯାଇଥିଲା ଭୟର ଛାୟା। ରାସ୍ତା ଘାଟ ଠୁ ଆରମ୍ଭ କରି ଗାଁ ଦାଣ୍ଡ ସବୁ ଜାଗା ଖାଲି ନିସ୍ତବ୍ଧ ରେ ଭରି ହୋଇ ରହିଥିଲା । ଆଉ ଖାସ୍ କରି ଯେତେବେଳେ ଆସିଥିଲା ସାଥିରେ ଅନେକ ମୁଣ୍ଡ ନେଇ ଚାଲି ଯାଇଥିଲା । ଯାହା କଥା କେହି ମନେ ବି ପାକେଇବାକୁ ଚାହୁଁ ନାହାନ୍ତି। ଆଉ ଆଜି ପୁଣି ଥରେ ଏହି ସେଇ ଭୟ ପୁଣି ଦେଖିବାକୁ ମିଳିଛି। ହଁ ଦର୍ଶକ ପୁଣି ଥରେ ମାଡ଼ି ଆସୁଛି ଆଉ ଏକ ମହାମାରୀ। ଯାହାକୁ ନେଇ ଏବେ ଚିନ୍ତା ରେ ବିଶ୍ବ ସ୍ଵାସ୍ଥ୍ୟ ସଙ୍ଗଠନ। ସୁଚନା ଅନୁସାରେ ଚୀନ୍ରେ ପୁଣି ଏକ ଭାଇରସ୍ ଆତଙ୍କ ଖେଳାଇଛି। ଯାହାର ନା ହେଉଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚ୍ଏମ୍ପିଭି (HMPV) । ଏହି ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ସୋସିଆଲ ମିଡିଆରେ ଡାକ୍ତରଖାନା ଭିଡ଼ର ଅନେକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସୁଛି । ଭାଇରସ୍ ବ୍ୟାପିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା କରାଯାଉଛି। ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଥିବା କୁହାଯାଉଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ତେବେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ର ଫ୍ଲୁ ଭଳି ଲକ୍ଷଣ ରହିଛି ବୋଲି କୁହାଯାଉଛି। ଏମିତିକି ଏହାର କରୋନା ଭାଇରସ୍ ପରି ମଧ୍ୟ ଲକ୍ଷଣ ରହିଛି। ତେବେ ଏହା ବୟସ୍କ ଲୋକଙ୍କୁ ଅତ୍ୟଧିକ ସଂକ୍ରମଣ ହେବାରେ ଆଶଙ୍କା ରହିଥିବା ବେଳେ ପ୍ରବଳ ମାତ୍ରରେ ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ – ହୁ (WHO) ଖୁବଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବା ସମ୍ଭାବନା ରହିଛି । ‘ଏକ୍ସ’ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚୀନରେ ଏକାଧିକ ଭୂତାଣୁଜନିତ ମହାମାରୀ ବ୍ୟାପିବା ବିଷୟରେ ଖବର ପ୍ରକାଶ ପାଇଛି। ଚୀନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ବୋଲି କଳ୍ପନାଜଳ୍ପନା ମଧ୍ୟ ଚାଲିଛି । ତଥାପି ଦେଶର ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ପ୍ରଭାବିତ କରୁଥିବା ରୋଗ ଯୋଗୁଁ ଚୀନ୍ ଜରୁରୀ ପରିସ୍ଥିତି ଲାଗୁ କରିଛି ବୋଲି ଯେଉଁ ଦାବି କରାଯାଉଛି ସେଥି ପାଇଁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି । ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନର ବୋଲି କୁହଯାଉଛି ।