• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଶିଷ୍ଟ ପ୍ରାଧ୍ୟାପକ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Spread the love

ଇଂରାଜୀ ବିଭାଗର ବିଶିଷ୍ଟ ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ଝରଣା ବିଶ୍ବାଳଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ମହାନଦୀବିହାର ସ୍ଥିତ ରିଦ୍ଧିସିଦ୍ଧି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ନାଗରିକ ପରିଷଦ ସଭାପତି ରବି ନାରାୟଣ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଚୌଦ୍ଵାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇ ଶିକ୍ଷାବିତ୍ ସ୍ବର୍ଗତ ବିଶ୍ବାଳଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଦୈନିକ ସମ୍ବାଦ ଖବରକାଗଜର ପୂର୍ବତନ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ ଉଭୟ ପତି,ପତ୍ନୀଙ୍କ ମୃତ ଶରୀର ଗୋଟିଏ ଜୁଇରେ ଜଳିବା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିବା ନିଜ ବକ୍ତବ୍ୟରେ କହିଥିଲେ।ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ସଂଗଠନର କର୍ମକର୍ତ୍ତା,ବହୁ ଶିକ୍ଷାବିତ୍,କବି,ଲେଖକ-ଲେଖିକା ଯୋଗଦେଇ ସ୍ବର୍ଗତ ବିଶ୍ବାଳଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ଉଭୟଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *