• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭୋକରେ ଆଉଟୁପାଉଟୁ ହେଉଥିବା ପାକିସ୍ତାନ ଏବେ ଶୋଷରେ ମରିବ

ByOdishri Khabar

May 18, 2025
Spread the love

ଭୋକରେ ଆଉଟୁପାଉଟୁ ହେଉଥିବା ପାକିସ୍ତାନ ଏବେ ଶୋଷରେ ମରିବ ! ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ୍ କରି ସାରିବା ପରେ ଏବେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । କିଭଳି ଭାରତରେ ହିଁ ସିନ୍ଧୁ ଜଳ ଉପଯୋଗ ହୋଇପାରିବ, ସେ ନେଇ ପ୍ରସ୍ତୁତ ହୋଇ ବ୍ଲୁ ପ୍ରିଣ୍ଟ । ଭାରତ ପଟୁ ଝେଲମ ନଦୀର ଜଳପ୍ରବାହ କମାଇବାକୁ ଯୋଜନା ହୋଇଥିବା କୁହାଯାଉଛି । ଆଉ ଏଭଳି ହେଲେ ଶୁଖିଯିବ ପାକିସ୍ତାନର ହଜାର ହଜାର ହେକ୍ଚର ଚାଷ ଜମି । ଶିଳ୍ପ ସଂସ୍ଥାକୁ ମିଳିବନି ପାଣି । ବାଧାପ୍ରାପ୍ତ ହେବ ପଡ଼ୋଶୀ ଦେଶର ବିଜୁଳି ପ୍ରୋଜେକ୍ଟ । ଆହୁରି କାଙ୍ଗାଳ ହୋଇଯିବ ଆତଙ୍କବାଦୀଙ୍କୁ ପାଳି ପୋଶି ବଡ଼ କରୁଥିବା ପାକିସ୍ତାନ ।ରତର ‘ସିନ୍ଧୁ’ ଅସ୍ତ୍ର ପାକିସ୍ତାନକୁ ବୁଡ଼େଇବ, ଶୁଖେଇବ ଓ୍ବାଟର ଷ୍ଟ୍ରାଇକ୍ ପରେ ଛାନିଆ ପାକ୍ । ଭାରତର ଅପରେସନ୍ ସିନ୍ଦୂରରେ ଛାନିଆ ହୋଇଥିବା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି ହିନ୍ଦୁସ୍ତାନର ଓ୍ବାଟର ଷ୍ଟ୍ରାଇକ୍ । ପାକିସ୍ତାନର ଲାଇଫ୍ ଲାଇନ୍ କୁହାଯାଉଥିବା ‘ସିନ୍ଧୁ’ ଜଳ ରୋକିବା ପାଇଁ ଭାରତ ନିଷ୍ପତ୍ତି ନେବା ପରେ ଚିନ୍ତାରେ ସରିଫ ସରକାର । କିଭଳି ପାଣି ବିନା ପାକିସ୍ତାନରେ ହାହା କାର ପଡ଼ିଯିବ, ସେଥି ପାଇଁ ନୂଆଦିଲ୍ଲୀ କରିଛି ବଡ଼ ରଣନୀତି । ସୂଚନା ଅନୁସାରେ, ଭାରତ ପଟୁ ଝେଲମର ୩ କିମି ଜଳପ୍ରବାହ କମାଇବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି । ଝେଲମ ନଦୀରେ ଏକାଧିକ ଡ୍ୟାମ୍ ପାଇଁ ଯୋଜନା ହୋଇଛି । LoCରୁ ତଳକୁ ଯିବନାହିଁ ଝେଲମରୁ ବୁନ୍ଦାଏ ପାଣି । ଝେଲମରେ ହେବ ୩୦ ମିଟରରୁ ଅଧିକ ଉଚ୍ଚର ବନ୍ଧ ! ଯାହାଫଳରେ ପାକିସ୍ତାନରେ ବାଧାପ୍ରାପ୍ତ ହେବ ବିଜୁଳି ପ୍ରୋଜେକ୍ଟ । ସେହିଭଳି ଶୁଖିଯିବ ହଜାର ହଜାର ହେକ୍ଟର ଚାଷ ଜମି । ଆଉ ଯଦି ଭାରତ ଗେଟ୍ ଖୋଲିଦିଏ ତେବେ ପାକିସ୍ତାନରେ ଉପଜିବ ବନ୍ୟା ସ୍ଥିତି । କହିବାକୁ ଗଲେ, କେବେ ଶୁଖିଲା ମରିବ, କେବେ ବନ୍ୟାରେ ବୁଡ଼ିବ ପାକିସ୍ତାନ ।ଭାରତ ରୋକଠୋକ୍ ଶୁଣାଇ ଦେଇଛି ‘ସିନ୍ଧୁ’ ଜଳ ଚୁକ୍ତି ରଦ୍ଦ ହୋଇ ସାରିଛି । ଆଉ ଏଭଳି ହେଲେ, ପାକିସ୍ତାନରେ ହେବ ଭୟଙ୍କର ଜଳସଙ୍କଟ ! ପାକିସ୍ତାନରେ ପ୍ରଭାବିତ ହେବ ୭୦% କୃଷିକ୍ଷେତ୍ର । ପାକିସ୍ତାନର ପ୍ରଭାବିତ ହେବ ବିଜୁଳି ଉତ୍ପାଦନ । ପାକିସ୍ତାନର ଅଧିକାଂଶ ଶିଳ୍ପକୁ ମିଳିବନି ବିଜୁଳି । ଦୋହଲିଯିବ ପାକିସ୍ତାନର ଅର୍ଥନୀତି ।

Leave a Reply

Your email address will not be published. Required fields are marked *