ନା ମନରେ ଅଛି ଗର୍ବ ନା ମନରେ ଅଛି ଅହଂକାର । ଉଚ୍ଚ ପଦବୀରେ ଥାଇ ମଧ୍ୟ ଆଜି ବି ସେ ଭୁଲି ନାହାନ୍ତି ମାନବିକତା । ମଣିଷ ଯିଏ ଦୁନିଆର ଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ କରାଯାଇଥାଏ । ହେଲେ ସେଇ ପ୍ରାଣୀ ଯିଏ ସମସ୍ତଙ୍କୁ ନିଜର କରି ଚଳେ ଆଜି କିଛିଟା ଅମାନୁଷିକ ବ୍ୟକ୍ତିଙ୍କ ପାଇଁ ମଣିଷ ଜାତି କୁ ନିନ୍ଦା ମିଳୁଥିବା ବେଳେ ଏଭଳି କିଛି ବ୍ୟକ୍ତିଙ୍କ ଆଜି ପୁଣି ମଣିଷ ଜାତିକୁ ଜୀବିତ କରି ପାରିଛନ୍ତି ସେ । ହଁ ଦର୍ଶକ ବନ୍ଧୁ କେତେବେଳେ ସିଏ ଅସହାୟର ସାହା ପାଲଟିଛନ୍ତି ତ ଆଉ କେତେ ବେଳେ ଦୁଃଖର ବନ୍ଧୁ । ଯେଉଁଥିପାଇଁ ଆଜି ସମସ୍ତଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ହଁ ଆଜ୍ଞା ଆମେ କହୁଛୁ ଓଡିଶାର ଜଣେ ଏମିତି ନେତା ଙ୍କ କଥା ଯିଏ ବଡରେ ଗାଡିରେ ବସଲେ ଥିବା ରାସ୍ତା କଡରେ ବସିଥିବା ଛୋଟ ବେପାରୀକୁ ବି ନିଜର କରି ପାରୁଥିବା ମଣିଷଟିଏ କଥା । ସିଏ ହେଉଛନ୍ତି ସମସ୍ତଙ୍କ ପ୍ରିୟର ନେତା ସୂରଜ ସୂର୍ଯ୍ୟବଂଶୀ । ନା ଯେମିତି କାମ ମଧ୍ୟ ସେମିତି । ଗତ କିଛି ଦିନ ତଳେ ଭଦ୍ରକ ଜିଲ୍ଲାରେ ମାନବିକତା ଦେଖିବାକୁ ମିଳିଥିବାର ସେ ଦୃଶ୍ୟ ପରେ ଆଝିର ଏ ଦୃଶ୍ୟ ମନକୁ ଛୁଇଁଛି । ଯେତେବେଳେ ଏ ମା ଟିଏ ରାସ୍ତାରେ ତାଳ ସଜ ବିକୁଥିବାର ଦେଖିଥିଲେ ସେତେବେଳେ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ତାଙ୍କ ସହ କଥା ହୋଇଥିଲେ ଓ ଡିଜିଟାଲ ପେ ମେଣ୍ଟ ମାଧ୍ୟମରେ ତାଳ ସଜ କିଣିଥିଲେ । ଏମିତି ଛୋଟ ଛୋଟ କଥା ହିଁ ତ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ପାରିଛି । ଚାନ୍ଦବାଲିରୁ ପ୍ରିୟବ୍ରତ ନାଥଙ୍କ ରିପୋର୍ଟ ଓଡିଶ୍ରୀ ଖବର