• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜନୈକ ଅଜଣା ଅଧାପୋଡା ମୃତ ଦେହ ଉଦ୍ଧାର

ByOdishri Khabar

Jun 13, 2025
Spread the love

ମୃତକଙ୍କ ପରିଚୟ ସହ ହତ୍ୟାକାରୀକୁ ଖୋଜୁଛି ପୋଲିଶ

ରାଉରକେଲା ସହର ସଂଲଗ୍ନ ସେକ୍ଟର -୧୫ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରୁ ଜନୈକ ଅଜଣା ବ୍ୟକ୍ତିଙ୍କ ଅଧାପୋଡା ମୃତ ଦେହ ଉଦ୍ଧାର କରିଛି ପୋଲିଶ । ତେବେ କାହାର ଏ ମୃତ ଦେହ ? କିଏ ଓ କେଉଁଠି ହତ୍ୟା କରି ଶବ ପୋଡିବା ସହ ଅଧାପୋଡା ଅବସ୍ଥାରେ ଆଣି ଏହି ଅଞ୍ଚଳରେ ଥିବା ଜଙ୍ଗଲ ଭିତରେ ଫୋପାଡି ଦେଇଛି । ତେବେ ଅଧାପୋଡା ମୃତ ଦେହଟି ପଡ଼ିଥିଲା ୭-୧୭ ଛକ ନିକଟରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ପଛରେ ଥିବା ଏକ ନିଛାଟିଆ ଜଙ୍ଗଲରେ । ଶବଟିକୁ ଏପରି ଭାବେ ଜଣାଯାଇଛି ଯେ ତାଙ୍କର ମୁହଁରୁ ମଧ୍ୟ କିଛି ଜାଣିବା ସମ୍ଭବ ହେଉଛି । ତେବେ ହତ୍ୟା ଓ ଜଳାଇବା ରହସ୍ୟ ତଦନ୍ତ ସାପେକ୍ଷ । ପୋଲିଶ ତନ୍ନତନ୍ନ କରି ଖୋଜୁଛି ହତ୍ୟାର କାରଣ । ପୋଲିଶ ଫରେନସିକ ଦଳକୁ ନେଇ ଯାଞ୍ଚ କରିବା ସହ ଆଖପାଖର ସିସିଟିଭି ମଧ୍ୟ ଖଙ୍ଗାଳୁଛି । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି ପୋଲିଶ । ସ୍ଥାନୀୟ ଜନସାଧାରଣ ପୋଲିଶକୁ ଅନୁରୋଧ କରିଛନ୍ତି ଯେ ଏଭଳି ସନ୍ଦିଗ୍ଧ ଅଞ୍ଚଳ ମାନଙ୍କରେ ନୀୟମିତ ପୋଟ୍ରୋଲିଂ ସହ ଭିତିରି ଯାଞ୍ଚ କରାଯାଉ ।

Leave a Reply

Your email address will not be published. Required fields are marked *