• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

ByOdishri Khabar

Jul 17, 2025
Spread the love

ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଦୁଃଖଦ ଆତ୍ମଦାହ ଘଟଣା ପରେ ରାଜ୍ୟ ଜୁରି ନ୍ୟାୟ ଦାବିରେ ଜନମତ ଗଢ଼ିଉଠିଛି। ଏହି ଘଟଣାକୁ ନେଇ ଆଜି ଭୁବନେଶ୍ୱରରେ ବିଜୁ ଜନତା ଦଳ ପକ୍ଷରୁ ବିସ୍ତୃତ ପ୍ରତିବାଦ ଆୟୋଜିତ ହୋଇଥିଲା। ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ଲୋକସେବା ଭବନ ଘେରା କରି ସୌମ୍ୟଶ୍ରୀଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ। ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ଏହି ପ୍ରତିବାଦ ରେ ଦୂର୍ଭାଗ୍ୟବଶତଃ ଏକ ଅନ୍ୟ ରୂପ ନେଲା।

ପ୍ରତିବାଦକୁ ଚିହ୍ନଟ କରିବା ନାମରେ ପୁଲିସ ଅଚାନକ ନିର୍ମମ ଓ ଅମାନୁଷିକ ଭାବରେ ବିଜେଡି କର୍ମୀ ଉପରେ ଲାଠିଚାର୍ଜ କରିଲା। ମହିଳା କର୍ମୀ, ବୃଦ୍ଧ ଓ ଯୁବ ଲୋକମାନେ ଲକ୍ଷ୍ୟ ବନି ଅନେକ ଜଣଙ୍କୁ ଆହତ ହୋଇ ହସ୍ପିଟାଲେ ଭର୍ତ୍ତି ହେବାକୁ ପଡିଲା।

ଏହି ଦୁଃଖଦ ଦୃଶ୍ୟ ଦେଖି ବିଜେଡି ସର୍ବେସର୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ଏହି ପୁଲିସ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି –
“ଏହି ଆକ୍ରମଣ କେବଳ ଏକ ଅମାନୁଷିକ କାମ ନୁହେଁ, ଏହା ଏକ ଲଜ୍ଜାଜନକ। ଏଭଳି ବର୍ବରତା ଏ ଲୋକତନ୍ତ୍ରରେ କେହି ଭୁଲି ପାରିବେ ନାହିଁ। ନ୍ୟାୟ ଦାବି କରୁଥିବା ଆମ କର୍ମୀ ଓ ସାଧାରଣ ଲୋକ ଉପରେ ଏଭଳି ଅତ୍ୟାଚାର ଆମେ କଦାପି ସହିବୁ ନାହିଁ।”

ଆକ୍ରମଣରେ ଆହତ ହୋଇଥିବ ବିଜେଡି ନେତା ଓ ଜନପ୍ରତିନିଧିମାନଙ୍କ ସହ ଫୋନ୍‌ରେ କଥାହେବା ସୂଚନା ମିଳିଛି। ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଏବଂ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ନେଇ ସେ ଆଶୁଆ ରୋଗ୍ୟ କାମନା କରିଛନ୍ତି।
ପ୍ରଶାସନ ପକ୍ଷରୁ ଏହି ଆକ୍ରମଣ କାହିଁକି ହେଲା, କିଏ ଆଦେଶ ଦେଲା, କାହିଁକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରାଗଲା — ଏହା ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *