ସୋମ୍ୟାଶ୍ରି ବିଶି ଙ୍କ ପାଇଁ ବଡଚଣା ବିଧାୟକ ଙ୍କ ସମୂହ ଦୀପଦାନ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡ଼ା ଠାରେ ବିଧାୟକ ନିଜେ ସନ୍ଧ୍ୟା ସମୟରେ ପହଂଚି ନିଜ ଗାଁ ସମାଧି ମହାପୁରୁଷ ପୀଠ ପ୍ରାଙ୍ଗଣରେ fm କଲେଜ ର ଛାତ୍ରୀ ସୋମ୍ୟଶ୍ରି ଙ୍କ ପାଇଁ ଶାଳପଡ଼ା ପଞ୍ଚାୟତ ସରପଞ୍ଚ ନମିତା ରାଉତ ଙ୍କ ତତ୍ତ୍ଵାବଧାନରେ ବିଧାୟକ ଶ୍ରୀଯୁକ୍ତ ଅମର ନାୟକ, ଶାଳପଡ଼ା ପଂଚାୟତ ସଭାପତି କ୍ଷମନିଧି ସାହୁ, ସମିତିସଭ୍ୟା ରିତାଞ୍ଜଳି ମହାନ୍ତି, ଯୁବନେତା ସବ୍ୟସାଚୀ ମହାନ୍ତି, ପୂର୍ବତନ ସରପଂଚ ବୁଲୁ ବେହେରା, ଗିରିଶ ଚନ୍ଦ୍ର ସାହୁ, ଅଜୟ ସାହୁ, ଜିତେନ୍ଦ୍ର ସାହୁ, ଶିକ୍ଷାବିତ୍ ଭୀମସେନ ମହାରଣା, ମୂରବୀ କ୍ଷୀରୋଦ ସାମଲ, ବଲ୍ଲଭ ଶତପଥୀ, ପଂଚାୟତ ର s h g ସଂଘ ର ବହୁ ସଭ୍ୟା ଯୋଗଦାନ କରି ସମାଧି ମହାପୁରୁଷ ପୀଠ ରେ ବିଧାୟକ ଙ୍କ ଦ୍ଵାରା ସୋମ୍ୟଶ୍ରୀ ଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରି ତାଙ୍କ ଅମର ଆତ୍ମାକୁ ସଡଗତି ନିମନ୍ତେ ଠାକୁରଙ୍କ ପାଖରେ ପାର୍ଥନା କରିଥିଲେ।ବଡ ସୌଭାଗ୍ୟର ବିଷୟ ଯେ ବଡଚଣା ବିଧାୟକ ଶୋମ୍ୟlଶ୍ରି ଭିତରେ ନାରୀ ସମାଜ ପ୍ରତି ସଂଘର୍ଷ ଓ ସତ୍ୟ ନିଷ୍ଠା ର ପ୍ରତୀକକୁ ଅନୁଭବ କରି ସେହି ମହାନ୍ ଆତ୍ମାଙ୍କ ଉଦ୍ଦେଶ୍ୟରେ ସମାଧି ମହାପୁରୁଷ ଙ୍କ ପାଖରେ ଦୀପଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଗୋଟାଏ ପଟେ ଶୋମ୍ୟଶ୍ରି ଙ୍କ ମୃତ୍ୟୁ କୁ ନେଇ ବିରୋଧୀ ଦଳ ରାଜ୍ୟବାସୀ ଅଯଥା ପ୍ରହସନ କରୁଥିବାବେଳେ ଅନ୍ୟପଟେ ସରକାର ଶୋମ୍ୟଶ୍ରୀ ଙ୍କ ମୃତ୍ୟୁ ପାଇଁ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସେହି ଅମର ଆତ୍ମା ପାଇଁ ସବୁ ସ୍ତରରେ ଶ୍ରଦ୍ଧାଞ୍ଜଳୀ ଦେବା ଏବଂ ବିଗତ ଦିନରେ ଏ ଘଟଣା କୁ ନିବୃତ କରିବା ପାଇଁ ସରକାର ଆଇନ ର ବ୍ୟବସ୍ଥା କୁ ମଧ୍ୟ ବଦଳେଇବା ସହ ଦଫା କୁ ଅଧିକ ଦୃଢ଼ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ସହ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନେ ସୋମ୍ୟଶ୍ରୀ ଅମର ଆତ୍ମାର ସଦଗତୀ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ । ସୌମ୍ୟାଶ୍ରୀ ନାରୀ ସମାଜ ପାଇଁ ପାଇଁ ଏକ ଉଦାହରଣ, ଯାହା ଆମ ନାରୀ ସମାଜ କୁ ସଂଘର୍ଷ କରିବାର ପ୍ରେରଣା ଓ ନାରୀ ମାନେ ଅବୋଳl, ଦୁର୍ବଳl ନୁହଁ ଯାହା ଆମ ନାରୀ ସମାଜ ପାଇଁ ଏକ ନିଛକ ଉଦାହରଣ ଛାଡ଼ିଯାଇଛନ୍ତି ସେଥିପାଇଁ ସମଗ୍ର ନାରୀ ସମାଜ ସେହି ମହାନ୍ ଆତ୍ମା ସୌମ୍ୟାଶ୍ରୀ ପାଇଁ ଚିରରୁଣୀ ।