ଗଞ୍ଜାମ ଜିଲ୍ଲା ଭଂଜନଗର ସହରର ବାଇପାସ ଠାରେ ଥିବା ସାଇ ମନ୍ଦିରରୁ 3.1.25 ରାତି ଏକ ବଡ ଧରଣର ଚୋରୀ ହୋଇଥିବାର ଅଭିଯୋଗ ହୋଇଛି । ପ୍ରାୟ ତିରିଶି କିଲୋ ରୂପା ସହ ଦାନ ହୁଣ୍ଡିରୁ ପ୍ରାୟ ଲକ୍ଷାଧିକ ଟଙ୍କା ଚୋରୀ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ଭଂଜନଗର ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଅ।ରମ୍ଵ ହୋଇଥିବା ବେଳେ ଚୋରୀର ସମସ୍ତ ଦୃଶ୍ୟ ମନ୍ଦିରରେ ଲାଗିଥିବା ସିସି ଟିଭିରେ କଏଦ ହୋଇଛି । ଏହି ଚୋରୀରେ ତିନିଜଣ ପୁରୁଷ ଓ ଜଣେ ମହିଳା ମଧ୍ୟ ଥିବାର ସିସିଟିଭି ଦୃଶ୍ୟରେ ଦେଖିବାକୁ ମିଳିଥିବା ବେଳେ ପ୍ରାୟ ତିରିଶି କିଲୋ ରୁ ଅଧିକ ରୂପା ସାମଗ୍ରୀ ଚୋରୀ ହୋଇଥିବାର ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ଗୋଟିଏ ଲିଶୁଣିକୁ ଜବତ କରିଥିବା ବେଳେ ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।