ବିଦ୍ୟୁତ ଆଘାତ ରେ ବୃଦ୍ଧ ଙ୍କ ମୃତ୍ୟୁ । ଗାଈ ଚରାଇବା ସମୟରେ ଲୁହା ବିଦ୍ୟୁତ ଖୁଣ୍ଟି ରୁ ମାରିଲା କରେଣ୍ଟ । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ପାଟଦୋହଲି ଗ୍ରାମର ନୀଳମଣି ନାୟକ । ମୃତକ ଜଣଙ୍କୁ ପୁରୁଣାକଟକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି । ପୋଲିସ ପହଁଞ୍ଚି ତଦନ୍ତ ଜାରି । ସୂଚନାମୁତାବକ ଆଜି ସନ୍ଧ୍ୟା ସମୟରେ ପୁରୁଣାକଟକ ଥାନା ଅନ୍ତର୍ଗତ ପାଟଦୋହଲି ଗ୍ରାମର ନୀଳମଣି ନାୟକ । ଏକ ଖୋଲା ପଡ଼ିଆରେ ଗାଈ ଚରାଉଥିଲେ । ଠିକି ସେତିକି ବେଳେ ହଠାତ ଏକ ଲୁହା ବିଦ୍ୟୁତ ଖୁଣ୍ଟି ସଂସ୍ପର୍ଶରେ ଆସିଯାଇ କରେଣ୍ଟ ରେ ଲାଗି ଯାଇଥିଲେ ନୀଳମଣି । ବିଦ୍ୟୁତ ରେ ପ୍ରାୟ ୫ମିନିଟ ଧରି ଲାଗି ରହିଥିଲେ । ଫଳରେ ନୀଳମଣି ଙ୍କ ଶରୀର ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତୁ ଘଟିଥିବା ବେଳେ ତାଙ୍କ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ TPSODL ପକ୍ଷରୁ ବିଦ୍ୟୁତ ତାର ଉପରୁ ଡାଳ କଟାଯାଉନାହିଁ ଯାହା ଫଳରେ ଏଭଳି ଘଟଣା ଘଟୁଛି । ତେଣୁ ନୀଳମଣି ଙ୍କ ପତ୍ନୀ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।