ଗତ ତିନି ଦିନ ଧରି ଭୁବନେଶ୍ୱରର ବରମୁଣ୍ଡା ଖେଳ ପଡିଆ ଠାରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଆୟୋଜିତ କୃଷି ଓଡିଶା 2025 କାଯ୍ୟକ୍ରମ ଉଦ୍ଧଘାଟନ ହୋଇଯାଇଛି,ଏହି ମେଳାଟିକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ,ମନ୍ତ୍ରୀ ସୁରେଶ ପୂଜାରୀ ଫିତା କାଟି ଶୁଭାରମ୍ଭ କରିଥିଲେ,ବିଭାଗୀୟ ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ୍ୟ ଉପସ୍ଥିତ ଥିଲେ,ଏହି ଅବସରରେ ଚାଷ କାଯ୍ୟକୁ ପ୍ରୋତ୍ସାହିତ କରିବା ନିମନ୍ତେ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ସଫଳ ହୋଇଥିବା ଉଦୀୟମାନ ଅର୍ନଦାତା ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି ଓଡିଶା 2025 ଅବସରରେ ଅର୍ଥ ରାଶିରେ ସନ୍ନମାନିତ୍ତ କରାଯାଇଥିଲା ||