• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଲୁହାଶିଳା ଆର.କେ. କଲେଜରେ

ByOdishri Khabar

Jul 26, 2025
Spread the love

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରଜନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ବୃକ୍ଷ ରୋପଣ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଜୁଲାଇ ୨୫ ଶୁକ୍ରବାର ପାଳିତ ହୋଇଯାଇଛି।
ଜୁଲାଇ ମାସରେ ପାଳିତ ହେଉଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକମାନେ ଉପସ୍ଥିତ ରହି “ମା ପାଇଁ ଗଛଟିଏ” ବିଷୟ ଉପରେ ଆଲୋକପାତ କରିବା ସହ ବୃକ୍ଷ ହିଁ ଜୀବନ ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଅଜୟ କୁମାର ଗିରି ଓ ଯୁବ ରେଡ କ୍ରସ ପରାମର୍ଶଦାତା ସଂଜୀବ କୁମାର ଗିରି ଉତ୍ସବରେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ସ୍ବେଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶଶିକାନ୍ତ ନନ୍ଦ,ରୂପ ନାରାୟଣ ମାଝୀ, ରମାକାନ୍ତ ପାତ୍ର, ଅନୀଲ କୁମାର ଗିରି, ପ୍ରହଲ୍ଲାଦ ସ୍ୱାଇଁ, ଯୋଗେଶ୍ୱର ତୁଂ ଓ ଅଶୋକ ବେହେରା, ମାୟାଧର ସି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପରିବେଶ ସଂକ୍ରାନ୍ତ ଉପାଦେୟ ଉପଦେଶମାନ ଦେଇଥିଲେ।
ଯୁବ ରେଡକ୍ରସ୍ କ୍ଲବର ସଂଚାଳକ ଅଧ୍ୟାପକ ସଂଜୀବ କୁମାର ଗିରିଂକ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ସାମାନ୍ୟ ବର୍ଷା ସତ୍ତ୍ୱେ ବୃକ୍ଷ ରୋପଣ (ବିଭିନ୍ନ ଫଳ ଗଛ) କରାଯାଇଥିଲା । ନନୀକାନ୍ତ ନନ୍ଦ, ନଂଦ କିଶୋର ହେଂବ୍ରମ, ସାଗ୍ରାମ ଟୁଡୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ଏଥିରେ କଲେଜର ବହୁ ସଂଖ୍ୟକ ରେଡ କ୍ରସ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *